ଏହି ତିନି ଦିନ ବିଧାନସଭା ଛୁଟି

ଭୁବନେଶ୍ୱର : ଶନିବାର ଗୃହକାର୍ଯ୍ୟ ସରିବା ପରେ ବାଚସ୍ପତି ସୁରମା ପାଢୀ ଏପ୍ରିଲ ୨ ପୂର୍ବାହ୍ଣ ୧୦ଟା ୩୦ମିନିଟ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ମଝିରେ ତିନିଦିନ ଛୁଟି ପଡୁଥିବାରୁ ବିଧାନସଭାକୁ ଛୁଟି ଘୋଷଣା କରାଯାଇଛି। ୩୦ତାରିଖ ରବିବାର, ୩୧ ତାରିଖରେ ଇଦୁଲ ଫିତର ଏବଂ ଏପ୍ରିଲ ୧ରେ ଉତ୍କଳ ଦିବସ ଛୁଟି ରହିଛି।
Powered by Froala Editor