ବିବାହ ବାହାନାରେ ଦୁଷ୍କର୍ମ
ଭୁବନେଶ୍ୱର : ବିବାହ ବାହାନାରେ ଜଣେ ଆଦିବାସୀ ଯୁବତୀଙ୍କୁ ଫସାଇ ଦୁଷ୍କର୍ମ କରିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି । ଅଭିଯୁକ୍ତ ହେଲା କନ୍ଧମାଳର ରାଜ୍ ଦିଗାଲ(୨୭) । ପ୍ରାୟ ୩ ମାସ ହେଲା ପୁଲିସକୁ ଚକମା ଦେଖାଇ ଫେରାର୍ ଥିବା ରାଜନକୁ କୋର୍ଟ ଚାଲାଣ କରାଯାଇଛି ଓ ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସୂଚନାଯୋଗ୍ୟ ନୀଳାଦ୍ରିବିହାର ଅଞ୍ଚଳର ଏକ ବସ୍ତିରେ ରହି ଏକ ନିର୍ମାଣାଧୀନ କୋଠାରେ ରାଜନ୍ କାମ କରୁଥିଲା । ସେଠାରେ ଆଦିବାସୀ ଯୁବତୀ ଜଣକ ମଧ୍ୟ କାମ କରୁଥିଲେ । କାମ କରିବା ଭିତରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା । ରାଜନ ଉକ୍ତ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲା । ବିବାହ କରିବ ବୋଲି ପ୍ରତିଶ୍ରୁତି ଦେଇ କନ୍ଧମାଳ ଟିକାବାଲି ଅଞ୍ଚଳରେ ଥିବା ନିଜ ଗାଁକୁ ନେଇଥିଲା । ବିଭିନ୍ନ ବାହାନା କରି ବିବାହ ଦିନ ଗଡ଼ାଇ ଚାଲିଲା ଓ ଶାରୀରିକ ସମ୍ପର୍କ ରଖିଲା । ପ୍ରାୟ ୨୦ ଦିନ ବିତିବା ପରେ ବି ରାଜନ୍ ବିବାହ ଗଡ଼ାଇ ଚାଲିଲା । ତେଣୁ ଯୁବତୀଙ୍କର ସନେ୍ଦହ ହୋଇଥିଲା ଓ ସେ ଲୁଚି କରି ସେଠାରୁ ଭୁବନେଶ୍ୱର ଫେରି ଆସି ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ । ସେହିଦିନଠାରୁ ରାଜନ ଫେରାର ଥିଲା ।
Powered by Froala Editor