ବିରୋଧୀଙ୍କ ହଟ୍ଟଗୋଳ: ୧୧ଟା ୩୦ ଯାଏ ଗୃହ ମୁଲତବୀ
ଭୁବନେଶ୍ଵର: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ମଙ୍ଗଳବାର ମଧ୍ୟ ବିଧାନସଭାରେ ଅଚଳାବସ୍ଥା ଦେଖାଦେଇଛି। ବିରୋଧୀଙ୍କ ପ୍ରବଳ ହୋହାଲ୍ଲା, ନାରାବାଜି ଯୋଗୁ ଚାଲିପାରିଲା ନାହିଁ ଗୃହକାର୍ଯ୍ୟ। ଫଳରେ ୧୧ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ସୁରମା ପାଢୀ। ପୋଡ଼ିୟମ ଆଗରେ ଉଭୟ ବିଜେଡି ଓ କଂଗ୍ରେସ ସଦସ୍ୟ ପ୍ରତିବାଦ କରିଛନ୍ତି। ଆଜି ବି ଗୃହରେ ଘଣ୍ଟ ଓ ବଂଶୀ ବଜାଇ କଂଗ୍ରେସ ପ୍ରତିବାଦ କରିଥିବାବେଳେ ବିଜେଡି ସଦସ୍ୟ ପ୍ଲାକାର୍ଡ଼ ଧରି ନାରାବାଜି ଓ ହୋହାଲ୍ଲା କରିଛନ୍ତି।
Powered by Froala Editor