ଯେଉଁଠି ଇଣ୍ଟରନେଟ୍ ଅପହଞ୍ଚ, ସେଠି ପାଠ ପଢାଇବେ ଇଣ୍ଟର୍ନସିପ୍ ଶିକ୍ଷକ
ଅନଲାଇନରେ ପାଠପଢା ହେଉଥିଲେ ବି ଉପାନ୍ତ ଅଞ୍ଚଳରେ ଏହା ଅପହଞ୍ଚ ପାଲଟିଛି । ଯେଉଁଥିପାଇଁ ଗଣଶିକ୍ଷା ବିଭାଗ ନୂଆ ଯୋଜନା କରିଛି। ଇଣ୍ଟରନେଟ ନଥିବା ଉପାନ୍ତ ଅଞ୍ଚଳ ଗୁଡ଼ିକରେ ଶିକ୍ଷକତା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଘରକୁ ଘର ବୁଲି ପାଠ ପଢାଇବେ। ଇଣ୍ଟର୍ନସିପ୍ ପ୍ରୋଗ୍ରାମ ମାଧ୍ୟମରେ ସେମାନେ ପାଠ ପଢାଇବେ ବୋଲି ଗଣଶିକ୍ଷା ବିଭାଗ ନୂଆ ଯୋଜନା କରିଛନ୍ତି।
ସିବିଟି ମାଧ୍ୟମରେ ୧୦ ହଜାର ଶିକ୍ଷକତା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ। ଏମାନେ ୧୦୦୦୦ ଗାଁରେ ପାଠ ପଢାଇବେ । ଜଣେ ଲେଖାଏଁ ଛାତ୍ର ୧୦ ଜଣ ପିଲାଙ୍କୁ ପାଠ ପଢାଇବେ। ଟିଚର୍ ଏଡୁକେଟେର୍ ସେମାନଙ୍କୁ ଗାଇଡ୍ କରିବେ । ଆଉ ବାକି ପିଲାଙ୍କ ପାଇଁ କ’ଣ ବ୍ୟବସ୍ଥା କରାଯିବ ସେନେଇ ସମୀକ୍ଷା ଚାଲିଛି । ଏହା ବାଦ୍ ମଧୂ ଆପ୍, ୟୁଟ୍ୟବ୍, ରେଡିଓ ଦ୍ଵାରା ମଧ୍ୟ ପାଠ ପଢ଼ାଯାଉଛି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି। ରାଜ୍ୟରେ ଖାଲି ଥିବା ହିନ୍ଦୀ ଏବଂ ସଂସ୍କୃତ ଶିକ୍ଷକ ପଦବୀ ପୂରଣ ହେବ । ୪୫୫୮ ପଦବୀ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଓଏସଏସଟିଇଟି ପରୀକ୍ଷା ହେବାକୁ ଯାଉଛି ।
ଏହାବାଦ ମନ୍ତ୍ରୀ କହିଛନ୍ତି, ଯୁକ୍ତ ୨ ରେଜଲ୍ଟ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ କରିବୁ ବୋଲି କହିଥିଲୁ । କିନ୍ତୁ ସୁପ୍ରିମକୋର୍ଟଙ୍କ ନୀର୍ଦ୍ଦେଶ ଅନୁସାରେ ଆମେ ଚେଷ୍ଟା କରୁଛୁ। ଜୁଲାଇ ଶେଷ ମଧ୍ୟରେ ଯୁକ୍ତ ୨ ରେଜଲ୍ଟ ପ୍ରକାଶ ପାଇବ ।
Powered by Froala Editor