ଚା’ ଦୋକାନକୁ ପଶିଗଲା ହାଇୱା; ୩ ଜଣଙ୍କ ମୃତ୍ୟୁ
ସୁନ୍ଦରଗଡ଼ ଜିଲ୍ଲାର କେ. ବଲାଙ୍ଗ ଥାନା ଅନ୍ତର୍ଗତ ଜାମୁଡିହି ଟୋଲଗେ୍ଟ୍ ନିକଟରେ ଏକ ହାଇୱା ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ବ ଚା’ ଦୋକାନ ଭିତରକୁ ପଶିଯାଇଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି। କୋଇଡ଼ା ଜାମୁଡିହି ଟୋଲ ଗେଟ୍ ନିକଟରେ ଘଟିଯାଇଛି ଏହି ଦୁର୍ଘଟଣା । ଟ୍ରକଟି ଦ୍ରୁତ ବେଗରେ ଥିବା କାରଣରୁ ନିୟନ୍ତ୍ରଣ ହରାଇ ଦୋକାନ ଭିତରେ ପଶିଯାଇଥିଲା । ଯାହାଫଳରେ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରୁ ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି ।
ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ କେ. ବଲାଙ୍ଗା ଥାନା ଅନ୍ତର୍ଗତ ଜାମୁଡିହି ଟୋଲଗେ୍ଟ୍ ନିକଟରେ ଏକ ହାଇୱା ଦ୍ରୁତଗତିରେ ଆଗକୁ ବଢ଼ୁଥିଲା। ଫଳରେ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଚା’ ଦୋକାନ ଉପରକୁ ମାଡ଼ି ଯାଇଥିଲା। ଦୋକାନ ଭିତରେ କିଛି ଲୋକଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ପାଇ ପୁଲିସ ପହଞ୍ଚି ଦୁଘଟଣାଗ୍ରସ୍ତ ହାଇୱାକୁ ଜବତ କରିଛି। ମୃତ ତିନି ଶବ ଜବତ କରି ବଣାଇ ହସ୍ପିଟାଲକୁ ପଠାଇଛି।
Powered by Froala Editor