ନମାଜ ପଢ଼ିବାରୁ ୫୦ ଜଣଙ୍କ ନାଁରେ ଅଭିଯୋଗ

ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଅହମ୍ମଦିଆ ସମ୍ପ୍ରଦାୟର ୫୦ ରୁ ଅଧିକ ଲୋକଙ୍କ ବିରୁଦ୍ଧରେ ଏକ ଏଫଆଇଆର ରୁଜୁ କରାଯାଇଛି। ତାଙ୍କ ଉପରେ ଶୁକ୍ରବାର ନମାଜ ପଢିବାର ଅଭିଯୋଗ ରହିଛି। ମୌଳବାଦୀ ସଂଗଠନ ତେହେରିକ୍-ଏ-ଲବୈକ୍ ପାକିସ୍ତାନ ଅନେକ ସହରରେ ଅହମ୍ମଦୀଙ୍କ ଉପାସନାସ୍ଥଳକୁ ଘେରାବନ୍ଦୀ କରିଥିଲା ଏବଂ ସେମାନଙ୍କୁ ନମାଜ ପାଠ କରିବାରୁ ବାରଣ କରିଥିଲା।
ସେମାନଙ୍କ ଉପରେ ଶୁକ୍ରବାର ଦିନ ନମାଜ ପଢିବାର ଅଭିଯୋଗ ଆସିଛି। କାରଣ ସେମାନଙ୍କ ପାଇଁ ନମାଜ ପଢିବା ନିଷିଦ୍ଧ। ଏହାସହ ପାକିସ୍ତାନରେ ଧାର୍ମିକ ସଂଖ୍ୟାଲଘୁଙ୍କ ଉପରେ ବଢ଼ୁଥିବା ଅତ୍ୟାଚାର ପୁଣିଥରେ ଖବରକୁ ଆସିଛି।
ମୌଳବାଦୀ ସଂଗଠନ ତେହେରିକ୍-ଏ-ଲବୈକ୍ ପାକିସ୍ତାନ (ଟିଏଲପି) ଅନେକ ସହରରେ ଅହମ୍ମଦୀମାନଙ୍କ ଉପାସନାସ୍ଥଳକୁ ଘେରି ରହିଥିଲା, ଯାହାଦ୍ୱାରା ସେମାନେ ନମାଜ ପାଠ କରିପାରିବେ ନାହିଁ। ଫୈସଲାବାଦରେ ଶୁକ୍ରବାର ପ୍ରାର୍ଥନା ସମୟରେ ଅହମ୍ମଦୀମାନଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଏହି ଘଟଣା ପରେ, ପୁଲିସ ପାକିସ୍ତାନ ଦଣ୍ଡ ସଂହିତା (ପିପିସି)ର ଧାରା ଅନୁଯାୟୀ ଆଠ ଜଣ ଅହମ୍ମଦୀଙ୍କ ସମେତ ୫୦ ରୁ ଅଧିକ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି।
Powered by Froala Editor