ଆଇଏଏସ ସ୍ତରରେ ଅଦଳବଦଳ
ଭୁବନେଶ୍ୱର: ଭାରତୀୟ ପ୍ରଶାସନିକ ସେବା(ଆଇଏଏସ) କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଛୋଟ ଧରଣର ଅଦଳବଦଳ କରାଯାଇଛି। ଶୁଭମ୍ ସକ୍ସେନାଙ୍କୁ କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗ ନିର୍ଦେଶକ ଦାୟିତ୍ୱ ପ୍ରଦାନ କରାଯାଇଛି। ଅପରପକ୍ଷରେ ଡିଟିଇଟି ଥିବା ସମର୍ଥ ବର୍ମାଙ୍କୁ ଲଘୁ ଖଣିଜ ବିଭାଗର ନିେର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। କେ.ସୁଦର୍ଶନ ଚକ୍ରବର୍ତ୍ତିଙ୍କୁ ସାଧାରଣ ବଣ୍ଟନ ନିଗମ ପରିଚାଳନା ନିର୍ଦେଶ ଭାବେ ନିଯୁକ୍ତି ଦିଆଯାଇଛି।
Powered by Froala Editor