ପାନୀୟ ଜଳ କାମରେ ଠିକା କମ୍ପାନୀ ବିଳମ୍ବ କଲେ ରୁଜ ହେବ ମାମଲା: ମନ୍ତ୍ରୀ
ଭୁବନେଶ୍ୱର: ଆଜି ଗୃହରେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ବଡ଼ ବୟାନ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ ପାନୀୟ ଜଳ କାମରେ ଠିକା କମ୍ପାନୀ ବିଳମ୍ବ କଲେ ମାମଲା ରୁଜ ହେବ। ଠିକ ସମୟରେ କାମ ନ କଲେ କମ୍ପାନୀକୁ କଳା ତାଲିକାଭୁକ୍ତ କରାଯିବ। ମାର୍ଚ୍ଚ ସୁଦ୍ଧା ୭୨ଟି ପ୍ରକଳ୍ପ ହେବାର ଥିଲା ସେଥିମଧ୍ୟରୁ ୫୨ଟି ପ୍ରକଳ୍ପର କାମ ଶେଷ ହୋଇଛି। ଜୁନ ସୁଦ୍ଧା ଆଉ ୭୨ଟି ଶେଷ ହେବ ଏବଂ ୨୦୨୬ ସୁଦ୍ଧା ଆଉ ୪୦ଟି ପ୍ରକଳ୍ପ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ ପ୍ରକାଶ କରିଛନ୍ତି।
Powered by Froala Editor