ରାଜା ଚକ୍ରଙ୍କୁ ୫ ଦିନ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ
ଭୁବନେଶ୍ଵର: ରାଜା ଚକ୍ରଙ୍କୁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଇଓଡବ୍ଲୁର ଆବେଦନ। ୫ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଇଓଡବ୍ଲୁ ଆବେଦନ କରିଛି। ଗନ୍ଧମାର୍ଦ୍ଦନ ଲୋଡିଂ ଏ ଜେନ୍ସି ଦୁର୍ନୀତି ମାମଲାରେ ରାଜା ଜେଲରେ ଅଛନ୍ତି। ଫେରାର ଥିବା ତାଙ୍କ ଆଉ ୩ ସହଯୋଗୀଙ୍କୁ ଧରିବା ଲାଗି ଇଓଡବ୍ଲ୍ୟୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଏହି ବେଆଇନ କାର୍ଯ୍ୟରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ଇଓଡବ୍ଲ୍ୟୁ ତଦନ୍ତ ଚଳାଇଛି। ମାମଲାରେ ରାଜାଙ୍କୁ ସହଯୋଗ କରିଥିବା ସରକାରୀ ବାବୁଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଲାଗି ଇଓଡବ୍ଲ୍ୟୁ ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି। ପୂର୍ବରୁ ଏହି ମାମଲାରେ ଇଓଡବ୍ଲ୍ୟୁ ସମିତିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉତ୍କଳ ଦାସଙ୍କୁ ରିମାଣ୍ଡରେ ଆଣି ଜେରା କରିଥିଲା।
Powered by Froala Editor