୨୪ ନିର୍ବାଚନରେ ଖର୍ଚ୍ଚ ହୋଇଛି ୧୧୫ କୋଟି

୨୦୨୪ ରାଜ୍ୟ ନିର୍ବାଚନରେ କେତେ ଟଙ୍କା ସମୁଦାୟ ଖର୍ଚ୍ଚ ହୋଇଛି, ସେ ବିଷୟରେ ବିଧାନସଭାରେ ବିଧାୟକ ରଣେନ୍ଦ୍ର ପ୍ରତାପ ସିଂହ ପ୍ରଶ୍ନ କରିଥିଲେ । ଏହାର ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ସରକାରୀ ତଥ୍ୟ ଅନୁଯାୟୀ, ଖର୍ଚ୍ଚର ଏକ ପ୍ରମୁଖ ଅଂଶ ୮୦.୯୩ କୋଟି ଟଙ୍କା କେବଳ ସମଗ୍ର ନିର୍ବାଚନ ପ୍ରକ୍ରିୟାରେ ବ୍ୟବହୃତ ଯାନବାହନ ପାଇଁ ଖର୍ଚ୍ଚ ହୋଇଥିଲା। ଏହା ସହିତ, ତମ୍ବୁ, ସାଉଣ୍ଡ ସିଷ୍ଟମ ଏବଂ ବ୍ୟାରିକେଡ୍ ପାଇଁ ୩୫.୦୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏଥିସହ ସମୁଦାୟ ଖର୍ଚ୍ଚ ୧୧୫ କୋଟି ୯୪ ଲକ୍ଷ ୨୬ ହଜରା ଖର୍ଚ୍ଚ ହୋଇଛି ।
ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶା ବିଧାନସଭାରେ ଖାଲି ପଦବୀର ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ। ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ବର୍ତ୍ତମାନ ୬୭ଟି ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଏବଂ ୬୯ଟି ଭାରତୀୟ ପୋଲିସ ସେବା (ଆଇପିଏସ) ପଦବୀ ଖାଲି ଅଛି।
Powered by Froala Editor