ପୁରୀ ସ୍ଵର୍ଗଦ୍ଵାରରେ ରମାକାନ୍ତ ରଥଙ୍କ ଶେଷକୃତ୍ୟ ସମ୍ପନ୍ନ
ପୁରୀ: ପଞ୍ଚଭୂତରେ ବିଲୀନ ହେଲେ ବିଶିଷ୍ଟ କବି ରମାକାନ୍ତ ରଥ । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ଵର୍ଗଦ୍ଵାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରମାକାନ୍ତଙ୍କୁ ଗାଡର୍ର୍ ଅଫ୍ ଅନର୍ ଦିଆଯାଇଛି। ଶେଷକୃତ୍ୟରେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ସାମିଲ୍ ହୋଇଥିଲେ। ପୁଅ ପିନାକୀ ରଥମୁଖାଗ୍ନୀ ଦେଇଛନ୍ତି। ରବିବାର ପ୍ରଖ୍ୟାତ କବି, ଅବସରପ୍ରାପ୍ତ ପ୍ରଶାସକ ପଦ୍ମଭୂଷଣ ରମାକାନ୍ତ ରଥଙ୍କର ସ୍ଥାନୀୟ ଖାରବେଳନଗରସ୍ଥିତ ବାସଭବନରେ ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୯୧ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ସାରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି। ଆଜି ସକାଳେ ଖାରବେଳନଗର ବାସଭବନରେ ବିଶିଷ୍ଟ କବି ରମାକାନ୍ତ ରଥଙ୍କ ଶେଷ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ଶେଷ ଦର୍ଶନ କରିଥିଲେ।
Powered by Froala Editor