ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଗେଙ୍ଗୁଟିପାଲି ସ୍ଥିତ ଏକ ପରିତ୍ୟକ୍ତ ପାଇଖାନା ଟାଙ୍କି ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ମୋତିଝରଣ ଅଞ୍ଚଳର ଶେଖ୍ ହୁସେନ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ଶେଖ୍ ହୁସେନ କବାଡି ବ୍ୟବସାୟ କରୁଥିବା ବେଳେ ଗତକାଲି ଅପରାହ୍ନ ପ୍ରାୟ ୨.୩୦ ପରେ ଅଚାନକ ସେ ନିଖୋଜ ଥିଲେ। ପରିବାର ବର୍ଗ ବହୁ ଖୋଜାଖୋଜି କରିବା ସତ୍ତ୍ୱେ ନିରାଶ ହୋଇଥିଲେ । ଆଜି ସକାଳେ ଗେଙ୍ଗୁଟିପାଲି ଠାରେ ଥିବା ଏକ ପରିତ୍ୟକ୍ତ ପାଇଖାନା ଟାଙ୍କି ମଧ୍ୟରୁ ନିଖୋଜ ଥିବା ଶେଖ୍ ହୁସେନଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏ ନେଇ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ସେପଟେ ଶେଖ୍ ହୁସେନଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।
Powered by Froala Editor