Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, February 13, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ମୋଦୀଙ୍କ ଦ୍ଵାରା ଉଦଘାଟିତ ହେଲା ...

  • ମାର୍ଚ୍ଚ ୯ ପର୍ଯ୍ୟନ୍ତ ମୁଲତବୀ ହେଲା ...

  • ହରଦୀପ ପୁରୀଙ୍କ ଇସ୍ତଫା ଦାବି କରି ...

  • ସବୁଜ କ୍ୟାପସିକମ ଏହି ରୋଗ ପାଇଁ ଭାରି ...

  • ବାହାରପଟୁ କବାଟ ଦେଇ ଲୁଟିନେଲେ ୫ ଲକ୍ଷର ...

  • ସ୍ୱାମୀ-ସ୍ତ୍ରୀ-ପରକୀୟା ପ୍ରୀତି : ଗର୍ଭବତୀ ...

  • ଦୂରଦର୍ଶନର ଲୋକପ୍ରିୟ ଆଙ୍କର ସରଳାଙ୍କ ...

  • ମେଗା ଚୁକ୍ତି ମଞ୍ଜୁରୀ, ୧୧୪ଟି ରାଫେଲ ଜେଟ୍ ...

  • ଆସନ୍ତାକାଲି ସେବା ତୀର୍ଥ ଭବନ ...

  • ରୁଷରେ ବନ୍ଦ ହେଲା ଏହି ସୋସିଆଲ ମିଡିଆ ...

Home ›› ››ଆକାଶରୁ ନିଆଁ ବର୍ଷୁଛି: ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା

ଆକାଶରୁ ନିଆଁ ବର୍ଷୁଛି: ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା

2025-03-17 06:18:08
15346
Share:
Facebook
Twitter
E-Mail
WhatsApp
Telegram
ଆକାଶରୁ ନିଆଁ ବର୍ଷୁଛି: ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା

ଭୁବନେଶ୍ବର : ଗ୍ରୀଷ୍ମପ୍ରବାହ ଯୋଗୁ ପଶ୍ଚିମ ଓଡ଼ିଶା ଡହଡହ ତାତିରେ ଜଳୁଛି। ସତେ ଯେମିତି ଆକାଶରୁ ନିଆଁ ବର୍ଷୁଛି। ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଝାଞ୍ଜି ମୁହଁ ପୋଡ଼ି ପକାଉଛି। ପଶ୍ଚିମରେ ସ୍ଥିତି ଏମିତି, ପୂର୍ବାହ୍ଣ ୧୧ଟା ବାଜିଲେ ଘରୁ ପଦାକୁ ବାହାରି ହେଉନାହିଁ। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ଦିନ ତାପମାତ୍ରା ୪୦ଡିଗ୍ରୀ ଟପି ନଥିଲେ ବି ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ଅଧିକ ରହିବା ହେତୁ ଦିନ ଓ ରାତିରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ଦକ୍ଷିଣ ଓଡ଼ିଶାରେ ପାରଦ ୪୦ ଡିଗ୍ରୀ ମୁହାଁ ହେଲାଣି। ରବିବାର ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୩.୬ଡିଗ୍ରୀ ଛୁଇଁଛି। ଝାରସୁଗୁଡ଼ାରେ ପାରଦ ୪୨ଡିଗ୍ରୀ ରେକର୍ଡ କରାଯାଇଛି। ଦେଶରେ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ଝାରସୁଗୁଡ଼ା ଦେଶର ଦ୍ବିତୀୟ ଉତ୍ତପ୍ତ ସହରରେ ପରିଗଣିତ ହୋଇଛି। ଉଭୟ ଜିଲାରେ ପ୍ରଚଣ୍ଡ ଉତ୍ତାପରେ ଜିଲାବାସୀ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ଅନୁଗୋଳ ୪୧.୧, ସୁନ୍ଦରଗଡ଼ ୪୦.୩, ଭବାନୀପାଟଣା ୪୦.୨, ବଲାଙ୍ଗିର ୪୧.୭ ଏବଂ ଟିଟିଲାଗଡ଼ରେ ୪୦.୫ଡିଗ୍ରୀ ରହିଛି। ଉପରୋକ୍ତ ଜିଲାଗୁଡ଼ିକରେ ପାରଦ ଉପରମୁହାଁ ହୋଇଥିବାରୁ ପ୍ରବଳ ଗ୍ରୀଷ୍ମଲହରୀ ଜାରି ରହିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଆଗାମୀ ୩ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମଲହରୀ ଜାରି ରହିବ। ୧୯ରୁ କିଛି ଅଞ୍ଚଳରେ କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ଥିବାରୁ ପାଗରେ ପରିବର୍ତ୍ତନ ଆସିବା ସମ୍ଭାବନା ରହିଛି। ବିଶେଷକରି ଦିନ ତାପମାତ୍ରା ହ୍ରାସ ପାଇବା ଦ୍ବାରା ଗ୍ରୀଷ୍ମଲହରୀରୁ ସାମାନ୍ୟ ଆଶ୍ବସ୍ତି ମିଳିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର ଏବଂ କଳାହାଣ୍ଡି ଜିଲାକୁ ଗ୍ରୀଷ୍ମଲହରୀ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସୁନ୍ଦରଗଡ଼, ସୁବର୍ଣ୍ଣପୁର, କଳାହାଣ୍ଡି, ବୌଦ୍ଧ ଏବଂ ବଲାଙ୍ଗିର ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇ ଥିବାବେଳେ କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ ଏବଂ ମୟୂରଭଞ୍ଜ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହିତ ବାଲେଶ୍ବର, ଭଦ୍ରକ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲାର କିଛି ଅଞ୍ଚଳରେ ଉଷ୍ଣ ଆର୍ଦ୍ରତା ରହିବା ହେତୁ ପ୍ରବଳ ମାତ୍ରାରେ ଗୁଳୁଗୁଳି ଅନୁଭୂତ ହୋଇପାରେ। ଅପରପକ୍ଷରେ ବଲାଙ୍ଗିର, ମୟୂରଭଞ୍ଜ, ସମ୍ବଲପୁର ଏବଂ ବୌଦ୍ଧ ଜିଲାର କିଛି ଅଞ୍ଚଳରେ ରାତିରେ ବାୟୁମଣ୍ଡଳ ଆର୍ଦ୍ରତା ପରିମାଣ ଅଧିକ ଗରମ ରହିବା ସମ୍ଭାବନା ଥିବାରୁ ଉପରୋକ୍ତ ୪ଜିଲାରେ ରାତିରେ ପ୍ରଚଣ୍ଡ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି। ଗ୍ରୀଷ୍ମଲହରୀ ଯୋଗୁ ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ଅତି ଜରୁରୀ କାମ ନଥିଲେ ପଦାକୁ ବାହାରିବାକୁ ପାଣିପାଗ ବିଭାଗ ବାରଣ କରିଛି। ରୋଗୀ, ଶିଶୁ, ବୟସ୍କ ଲୋକେ ସୁରକ୍ଷିତ ଭାବେ ଘରେ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ପ୍ରଚୁର ମାତ୍ରାରେ ପାଣି ପିଇବା, ଖରାରେ କଠିନ ପରିଶ୍ରମ ନକରିବା, ବାହାରକୁ ବାହାରିଲେ ବ୍ୟାପକ ସୁରକ୍ଷା ଅବଲମ୍ବନ କରିବା, ଟାଣଖରାରେ ଛତା, ଜୋତା, ଚଷମା ବ୍ୟବହାର କରିବାକୁ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ନିର୍ଦେଶ ଦିଆଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ, ଆସନ୍ତା ୩ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ; କିନ୍ତୁ ପରବର୍ତ୍ତୀ ସମୟରେ ସର୍ବାଧିକ ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସମ୍ଭାବନା ରହିଛି। ସେହିପରି ରାତି ତାପମାତ୍ରା ଆସନ୍ତା ୫ଦିନ ପର୍ଯ୍ୟନ୍ତ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଏନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି, ୧୯ରୁ କାଳବୈଶାଖୀ ଦ୍ବାରା ରାଜ୍ୟର ପଶ୍ଚିମ ଏବଂ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। କିଛି ଅଞ୍ଚଳରେ ଘଣ୍ଟା ପ୍ରତି ୩୦ରୁ ୪୦କି.ମି ବେଗରେ ପବନ ବହିବା ସମ୍ଭାବନା ରହିଛି। ୩ଦିିନ ପର୍ଯ୍ୟନ୍ତ କାଳବୈଶାଖୀ ଆଶଙ୍କା ଥିବାରୁ ଦିନ ତାପମାତ୍ରା ପଶ୍ଚିମ ଓଡ଼ିଶା ସହିତ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ହ୍ରାସ ପାଇବ। ଗ୍ରୀଷ୍ମଲହରୀ ଏବଂ କାଳବୈଶାଖୀ ଜନିତ ସତର୍କତା ପାଇଁ ଜିଲାପାଳମ‌ାନେ ସତର୍କ ରହିବାକୁ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି।

Powered by Froala Editor

Tags Temperature

Related articles Odisha News Lens 4.1

  • ହରଦୀପ ପୁରୀଙ୍କ ଇସ୍ତଫା ଦାବି କରି ଲୋକସଭାରେ ହଟ୍ଟଗୋଳ, ଗୃହ ମୁଲତବୀ
    ଦେଶ-ଦେଶାନ୍ତର

    ହରଦୀପ ପୁରୀଙ୍କ ଇସ୍ତଫା ଦାବି କରି ଲୋକସଭାରେ ହଟ୍ଟଗୋଳ, ଗୃହ ମୁଲତବୀ

    13437
    Feb 13, 2026
  • ଆସନ୍ତାକାଲି ସେବା ତୀର୍ଥ ଭବନ କମ୍ପ୍ଲେକ୍ସର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
    ଦେଶ-ଦେଶାନ୍ତର

    ଆସନ୍ତାକାଲି ସେବା ତୀର୍ଥ ଭବନ କମ୍ପ୍ଲେକ୍ସର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

    13901
    Feb 12, 2026
  • ମେଗା ଚୁକ୍ତି ମଞ୍ଜୁରୀ, ୧୧୪ଟି ରାଫେଲ ଜେଟ୍ ଭାରତ ଆସିବ
    ଦେଶ-ଦେଶାନ୍ତର

    ମେଗା ଚୁକ୍ତି ମଞ୍ଜୁରୀ, ୧୧୪ଟି ରାଫେଲ ଜେଟ୍ ଭାରତ ଆସିବ

    15091
    Feb 12, 2026
  • ବାହାରପଟୁ କବାଟ ଦେଇ ଲୁଟିନେଲେ ୫ ଲକ୍ଷର ଅଳଙ୍କାର
    ଅପରାଧ

    ବାହାରପଟୁ କବାଟ ଦେଇ ଲୁଟିନେଲେ ୫ ଲକ୍ଷର ଅଳଙ୍କାର

    15494
    Feb 12, 2026
  • ରୁଷରେ ବନ୍ଦ ହେଲା ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ
    ଦେଶ-ଦେଶାନ୍ତର

    ରୁଷରେ ବନ୍ଦ ହେଲା ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ

    14184
    Feb 12, 2026
  • ମୋଦୀଙ୍କ ଦ୍ଵାରା ଉଦଘାଟିତ ହେଲା ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ
    ଦେଶ-ଦେଶାନ୍ତର

    ମୋଦୀଙ୍କ ଦ୍ଵାରା ଉଦଘାଟିତ ହେଲା ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ

    14615
    Feb 13, 2026
  • ସବୁଜ କ୍ୟାପସିକମ ଏହି ରୋଗ ପାଇଁ ଭାରି ଉପକାରୀ
    ବିଶେଷ

    ସବୁଜ କ୍ୟାପସିକମ ଏହି ରୋଗ ପାଇଁ ଭାରି ଉପକାରୀ

    15358
    Feb 13, 2026
  •  ମାର୍ଚ୍ଚ ୯ ପର୍ଯ୍ୟନ୍ତ ମୁଲତବୀ ହେଲା ଲୋକସଭା
    ଦେଶ-ଦେଶାନ୍ତର

    ମାର୍ଚ୍ଚ ୯ ପର୍ଯ୍ୟନ୍ତ ମୁଲତବୀ ହେଲା ଲୋକସଭା

    13770
    Feb 13, 2026
  • ଦୂରଦର୍ଶନର ଲୋକପ୍ରିୟ ଆଙ୍କର ସରଳାଙ୍କ ଦେହାନ୍ତ
    ଦେଶ-ଦେଶାନ୍ତର

    ଦୂରଦର୍ଶନର ଲୋକପ୍ରିୟ ଆଙ୍କର ସରଳାଙ୍କ ଦେହାନ୍ତ

    14909
    Feb 12, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ରୁଷରେ ବନ୍ଦ ହେଲା ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ

    14184
    Feb 12, 2026
  • ଅପରାଧ

    ବାହାରପଟୁ କବାଟ ଦେଇ ଲୁଟିନେଲେ ୫ ଲକ୍ଷର ଅଳଙ୍କାର

    15494
    Feb 12, 2026
  • ଦେଶ-ଦେଶାନ୍ତର

    ମୋଦୀଙ୍କ ଦ୍ଵାରା ଉଦଘାଟିତ ହେଲା ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ

    14615
    Feb 13, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17336
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17404
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17749
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16224
    Apr 03, 2021

ବିଶେଷ

  • ସବୁଜ କ୍ୟାପସିକମ ଏହି ରୋଗ ପାଇଁ ଭାରି ଉପକାରୀ

    15358
    Feb 13, 2026
  • ଆଜ୍‌ମା କମାଇବାକୁ ହେଲେ କରନ୍ତୁ ଏହା.......

    15844
    Feb 12, 2026
  • ଦୃଷ୍ଟିଶକ୍ତି ପ୍ରଖର କରେ ଅମୃତଭଣ୍ଡା

    13780
    Feb 11, 2026
  • ତଳିପାଦ ଦେଖି ରୋଗ ବିଷୟରେ ଜାଣନ୍ତୁ .....

    14656
    Feb 10, 2026
  • ଅଜୀର୍ଣ୍ଣ ସମସ୍ୟା ଥିଲେ, କରନ୍ତୁ ଏହା

    15437
    Feb 09, 2026

ବାଣିଜ୍ୟ

୧ ଏପ୍ରିଲରୁ ନୂତନ ଆୟକର ଆଇନ

୧ ଏପ୍ରିଲ, ୨୦୨୬ରୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ ଟିକସ ରିଟର୍ନ ଫର୍ମ ପ୍ରକାଶ କରିଛି, ଯାହା ପ୍ରଥମ ଥର ପାଇଁ ନୂତନ ଆୟକର ଆଇନ, ୨୦୨୫ ପ୍ରକୃତରେ କିପରି କାମ କରିବ ତାହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଛି।

ଦେଶରେ ବର୍ତ୍ତମାନର ଟିକସ ଆଇନ ୧୯୬୧ରୁ ...

  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14946
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14457
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16065
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15344
    Jan 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମୋଦୀଙ୍କ ଦ୍ଵାରା ଉଦଘାଟିତ ହେଲା ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ

    14615
    Feb 13, 2026
  • ସ୍ୱାମୀ-ସ୍ତ୍ରୀ-ପରକୀୟା ପ୍ରୀତି : ଗର୍ଭବତୀ ପତ୍ନୀକୁ ମାରିଦେଲା

    14025
    Feb 12, 2026
  • ଦୂରଦର୍ଶନର ଲୋକପ୍ରିୟ ଆଙ୍କର ସରଳାଙ୍କ ଦେହାନ୍ତ

    14909
    Feb 12, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In