ପୁଅକୁ ଛୁରି ଭୁସି ହତ୍ୟା କଲା ନିଶାସକ୍ତ ବାପା

ଭୁବନେଶ୍ବର: ପୁଅକୁ ଛୁରି ଭୁସି ହତ୍ୟା କରିଛି ବାପା। ନିଶାସକ୍ତ ଅବସ୍ଥାରେ ନିଜ ନାବାଳକ ପୁଅକୁ ହତ୍ୟା କରିବା ଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲାର ଖଇରା ଥାନା ଅନ୍ତର୍ଗତ ନରମା ଗ୍ରାମରେ। ଘଟଣା ପରେ ଅଭିଯୁକ୍ତ ବାପା ଫେରାର ହୋଇଯାଇଛି। ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲା। କୌଣସି କାରଣକୁ ନେଇ ସ୍ତ୍ରୀ ସହିତ ତା’ର ଝଗଡ଼ା ହୋଇଥିଲା। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଚାଲିଥିବାବେଳେ ପୁଅ ପହଞ୍ଚି ବାପାକୁ ବିରୋଧ କରିଥିଲା। ଏହାକୁ ନେଇ ନିଶାସକ୍ତ ବାପା ପୁଅକୁ ଛୁରି ଭୁସି ହତ୍ୟା କରିଥିବା ଜଣାପଡ଼ିଛି। ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଚଳାଇଛି। ଅଭିଯୁକ୍ତକୁ ଧରିବା ଲାଗି ପୁଲିସ ଉଦ୍ୟମ କରୁଛି।
Powered by Froala Editor