ବଚସାରୁ ଗଣ୍ଡଗୋଳ, ଜଣେ ମୃତ

ପୋଲସରା: ଜମିଜମା ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ପିଟାପିଟି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ବିରଞ୍ଚିପୁର ନୂଆଗାଁରେ ଏଭଳି ଅଘଟଣ ଘଟିଛି। ମୃତକ ବଳରାମ ନାୟକ ବୋଲି ଜଣାପଡିଛି। ଶୁକ୍ରବାର ରାତିରେ ବଳରାମଙ୍କ ସହ ଗୋଟିଏ ପରିବାରର ବଚସାରୁ ଗଣ୍ଡଗୋଳ ହୋଇଥିଲା। ଏବଂ ଘଟଣାରେ ବଳରାମଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଜଣେ ମହିଳା ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଗଣ୍ଡଗୋଳର ପ୍ରକୃତ କାରଣ ଜଣାପଡିନଥିବାବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି।
Powered by Froala Editor