ଏହି ରୁଟରେ ଗଡ଼ିଲା ଓଏସଆରଟିସି ବସ
ଭୁବନେଶ୍ୱର: କଟକଣା ହଟିବା ପରେ ବି’୨୦ ଜିଲ୍ଲାରେ ବସ ଚଳାଚଳ ସେବା ସ୍ୱାଭାବିକ ହୋଇପାରୁନି । ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ବସ ଚଳାଇବାକୁ ମଙ୍ଗୁ ନାହାନ୍ତି ଘରୋଇ ବସ ମାଲିକମାନେ । ଏବେ ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମ (ଓଏସଆରଟିସି) ୪୩ଟି ରୁଟରେ ବସ ଚଳାଇବାକୁ ଘୋଷଣା କରିଛି । ଆଜିଠାରୁ ଏହି ବସ ଚଳାଚଳ କରିବ । ବସ ଗୁଡିକ ରାଷ୍ଟ୍ରାୟତ୍ତ ନିଗମର ୧୬ଟି ଡିପୋରୁ ଯାତାୟତ କରିବ । ବସରେ କୌଣସି ଯାତ୍ରୀ ଛିଡା ହୋଇଯାଇପାରିବେ ନାହିଁ ବୋଲି ଓଏସଆରଟିସି ପକ୍ଷରୁ କୁହାଯାଇଛି । ଯେଉଁ ରୁଟରେ ଓଏସଆରଟିସି ବସ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି, ସେଗୁଡିକ ହେଲା ଅନୁଗୁଳ-ଜୟପୁର, ବରଗଡ-ଗୋଲାମୁଣ୍ଡା, ବରଗଡ-ବ୍ରହ୍ମପୁର, ଭବାନୀପାଟଣା-ବ୍ରହ୍ମପୁର ଭାୟା ଭଞ୍ଜନଗର, ବଲାଙ୍ଗୀର-ବ୍ରହ୍ମପୁର, ଜୟପୁର-ଫୁଲବାଣୀ, ଜୟପୁର-ଗୁଣୁପୁର, କେନ୍ଦୁଝର-ବଲାଙ୍ଗୀର, ଭବାନୀପାଟଣା-ମୋଟୁ, ତାମାପଲି-ମୋଟା, ଚିତ୍ରକୋଣ୍ଡା-କାଲିମେଳା, ଖଇରପୁଟ-ପଦ୍ମଗିରି ଇତ୍ୟାଦି । ଏହି ରୁଟରେ ମଙ୍ଗଳବାରଠାରୁ ଓଏସଆରଟିସି ବସ ଚାଲିବ ।
Powered by Froala Editor