ଟ୍ରକ୍ ଧକ୍କାରେ ନାବାଳକ ମୃତ

ଆନନ୍ଦପୁର: ଖେଳୁଥିବାବେଳେ ନାବାଳକ ଉପରେ ମାଡିଗଲା ଟ୍ରକ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଛେନାପଦି-ହଦଗଡ଼ ରାସ୍ତାର ସଙ୍କଟପାଲିଆ ଛକରେ ଅଭାବନୀୟ ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ଜଣେ ନାବାଳକର ମୃତ୍ୟୁ ଘଟିଛି। ମୃତକ ଦୋଳପଦି ଗାଁର ବାଦଲ ମୁଣ୍ଡା ବୋଲି ଜଣାପଡିଛି। ସୂଚନା ମୂତାବକ ଆଜି ସକାଳେ ବାଦଲ ନିଜ ବାପା ମାଆଙ୍କ ସହ ସଙ୍କଟ ପାଲିଆ ଗାଁକୁ ବୁଲିବାକୁ ଆସିଥିଲେ। ଗାଁ ଦାଣ୍ଡରେ ଖେଳୁଥିବାବେଳେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ କ୍ଷତିପୂରଣ ଦାବିରେ ଗାଁ ଲୋକେ ରାସ୍ତାରୋକ କରିଛନ୍ତି। ଖବର ପାଇ ସୋସୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।
Powered by Froala Editor