ଆଠଗଡ଼ ବନଖଣ୍ଡରେ ଦନ୍ତାହାତୀର ମୃତ୍ୟୁ
କଟକ: ଆଠଗଡ଼ ବନଖଣ୍ଡରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ବନଖଣ୍ଡର କୁଲେଇଲୋ ପଡ଼ିଆରେ ହାତୀଟିର ମୃତଦେହ ପଡ଼ି ରହିଛି। ସ୍ଥାନୀୟ କିଛି ବ୍ୟକ୍ତି ହାତୀର ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିବା ସୂଚନା ମିଳିଛି। ହାତୀଟିର ମୃତ୍ୟୁ କିପରି ହୋଇଛି ତାହା ଜଣାପଡ଼ି ନାହିଁ। ତେବେ ବିଦ୍ୟୁତ ଆଘାତ ଯୋଗୁ ଦନ୍ତାର ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।
Powered by Froala Editor