୨୮ରେ ଜେ.ପି ନଡ୍ଡାଙ୍କ ଓଡିଶା ଗସ୍ତ
ଭୁବନେଶ୍ବର : ଫେବୃଆରୀ ୨୮ରେ ପୁରୀଠାରେ ଜାତୀୟସ୍ତରୀୟ ଜାତୀୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଯୋଗଦେବେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡିଛି।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ସ୍ବାସ୍ଥ୍ୟ ସଚିବମାନେ ଯୋଗ ଦେବେ। ଏହି ଅବସରରେ ସଚିବଙ୍କ ସହ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଭାରତରେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ପ୍ରଣାଳୀର ୯ତମ ଜାତୀୟ ଶିଖର ସମ୍ମିଳନୀ ଏବଂ ପ୍ରତିକୃତିଯୋଗ୍ୟ ଅଭ୍ୟାସ ତଥା ନବସୃଜନ ଓ ୧୬ତମ ସାଧାରଣ ସମୀକ୍ଷା ମିସନର ରିପୋର୍ଟକୁ ଲୋକାର୍ପିତ କରିବେ। ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଜେ.ପି ନଡ୍ଡା ଗତବର୍ଷ ସେପ୍ଟେମ୍ବର ୨୬ରେ ଓଡ଼ିଶା ଗସ୍ତରେ ଆସିଥିଲେ। ସେତେବେଳେ ତାଙ୍କର ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ଥିଲା; କିନ୍ତୁ ଆସନ୍ତା ୨୮ତାରିଖ ଗସ୍ତରେ ତାଙ୍କର ସରକାରୀ କାର୍ଯ୍ୟକ୍ରମ ରହିଛି।
Powered by Froala Editor