ଚହଲଙ୍କ ଠାରୁ ୬୦ କୋଟି ଭରଣପୋଷଣ ନେବେ ଧନଶ୍ରୀ !

ଭାରତୀୟ କ୍ରିକେଟ ଦଳର ଷ୍ଟାର କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା ଏବେ ଛାଡପତ୍ର ନେଇଛନ୍ତି। ଗୁରୁବାର ମୁମ୍ବାଇ ପରିବାର ଅଦାଲତରେ ଏହି ଦମ୍ପତି ଛାଡପତ୍ର ପ୍ରକ୍ରିୟା ସମାପ୍ତ କରିଥିଲେ। ତେବେ ଛାଡ଼ପତ୍ର ପରେ ଧନଶ୍ରୀ ଭରଣପୋଷଣ ବାବଦରେ ଚହଲଙ୍କଠାରୁ ୬୦କୋଟି ଟଙ୍କା ନେବେ ବୋଲି ଚର୍ଚ୍ଚା ହେଉଛି।
ତଥାପି, ଏହା ନିଶ୍ଚିତ ହୋଇନାହିଁ। ଏବେ ପ୍ରଶ୍ନ ହେଉଛି ଯେ ଧନଶ୍ରୀ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରନ୍ତି, ତେବେ ଏପରି ପରିସ୍ଥିତିରେ ସେ ଭରଣପୋଷଣ ଦାବି କରିିବେ କି? ଯଦି ସୱାମୀ ଏବଂ ସ୍ତ୍ରୀ ସମାନ ଭାବରେ ରୋଜଗାର କରନ୍ତି କିମ୍ବା ସ୍ତ୍ରୀ ତାଙ୍କ ସୱାମୀଙ୍କଠାରୁ ଅଧିକ ରୋଜଗାର କରନ୍ତି, ତେବେ ମଧ୍ୟ ଭରଣପୋଷଣ ଦାବି କରାଯାଇପାରିବ କି?
ଏହି ଖବର ଆସିବା ପରେ ଲୋକେ ଧନଶ୍ରୀଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଧନ ନେଇଗଲା ସ୍ତ୍ରୀ ବୋଲି ଜଣେ ସୋସିଆଲ ମିଡିଆରେ ଛାଡ଼ପତ୍ର ଖବର ତଳେ କମଣ୍ଟେ କରୁଛନ୍ତି। ଝିଅକୁ ଏତେ ଅପମାନିତ କରାଯାଉଥିବା ଜାଣି ଏବେ ପରିବାର ଲୋକ ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି।
“ଭରଣପୋଷଣ ରାଶି ସମ୍ପର୍କରେ ପ୍ରଚାର ହେଉଥିବା ଭିତ୍ତିହୀନ ଦାବି ଯୋଗୁଁ ଆମେ ଅତ୍ୟନ୍ତ ମର୍ମାହତ। ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ଏତେ ପରିମାଣର ଟଙ୍କା ନା ଆମେ ମାଗିଛୁ ନା ସେ ଆମକୁ ଦେବାକୁ ଅଫର କରିଛନ୍ତି। ଏହି ଗୁଜବରେ କୌଣସି ସତ୍ୟତା ନାହିଁ।
Powered by Froala Editor