ମର୍ମନ୍ତୁଦ ସଡକ ଦୁର୍ଘଟଣା, ୮ ମୃତ

ଜୌନପୁର : ଉତ୍ତରପ୍ରଦେଶର ଜୌନପୁରରେ ୨ଟି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଆଠ ଜଣଙ୍କ ମୃତ୍ୟୁ ଘଟିଛି। କୁମ୍ଭମେଳାକୁ ଯାଉଥିବା ଏକ ବସ୍ ଟ୍ରକ୍କୁ ଧକ୍କା ଦେବାରୁ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସମାନ ସ୍ଥାନରେ ଆଉ ଏକ ମିନି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୩ ଜଣଙ୍କ ଜୀବନ ଚାଲିଯାଇଛି ।
୨ଟି ଦୁର୍ଘଟଣାଗ୍ରସ୍ତ ଗାଡି ମଧ୍ୟରୁ ଗୋଟିଏ ଗାଡି ମହାକୁମ୍ଭରୁ ଫେରୁଥିବା ବେଳେ ଅନ୍ୟଟିରେ ଶ୍ରଦ୍ଧାଳୁ ମହାକୁମ୍ଭକୁ ଯାଉଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଦୁର୍ଘଟଣାରେ ୮ ଶ୍ରଦ୍ଧାଳୁଙ୍କ ଜୀବନ ଚାଲି ଯାଇଛି। ଏହାସହ ୪୦ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜୌନପୁର ଜିଲା ବଦଲାପୁର ଥାନା କ୍ଷେତ୍ରରେ ଏହି ଦୁର୍ଘଟଣା ଘଟିଛି।
ମିଳିଥିବା ସୂଚନାନୁଯାୟୀ, କୁମ୍ଭ ସ୍ନାନ ପରେ କାଶୀ ଓ ଅଯୋଧ୍ୟା ଅଭିମୁଖେ ଗାଡି ଯାଉଥିଲା। ଖବର ପାଇ ପୁଲିସ ଓ ସ୍ଥାନୀୟଲୋକେ ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
Powered by Froala Editor