ହୃତଘାତର ଶିକାର ହେଲେ ଯୁବ ଅଭିନେତା ସୋହମ

ଓଡ଼ିଆ ସିନେ ଅଭିନେତା ତଥା ଗାୟକ ସୋହମ ସିଂ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୋହମଙ୍କର ହୃଦଘାତ ହୋଇଥିବାବେଳେ ସେ ଏବେ ଏକ ଘରୋଇ ହସ୍ପିଟାଲରେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି ଏବଂ ସୁରକ୍ଷିତ ଅଛନ୍ତି ବୋଲି ଜଣାପଡିଛି। ବର୍ତ୍ତମାନ ଧିରେ ଧିରେ ସେ ସୁସ୍ଥ ହେଉଥିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି ବୋଲି ଡାକ୍ତର କହିଛନ୍ତି।
ଆଗକୁ ତାଙ୍କର ଏକ ବଡ଼ ବଜେଟର ଆକ୍ସନ ସିନେମା ଆସୁଛି ଯାହାର ନାଁ ରଖିଛନ୍ତି ଆଲ୍ଲୀ ବଜରଙ୍ଗୱାଲି । ବର୍ତ୍ତମାନ ତାଙ୍କର ହାର୍ଟ ଟୁ ହାର୍ଟ ତରଙ୍ଗ ଟିଭିରେ ଗୋଟିଏ ଅଧ୍ୟାୟ ଚାଲିଛି । ଓଡ଼ିଆ ଚଳଚ୍ଚିତ୍ର ଜଗତର ସେ ଜଣେ ଚର୍ଚ୍ଚିତ ଚେହେରା । ତାଙ୍କ ପ୍ରଯୋଜନାରେ ଅନେକ କଳାକାର, ଟେକ୍ନିସିଆନ କାମ କରି ନିଜ ପରିବାର ପୋଷଣ କରନ୍ତି । ସେ ଖୁବ ଶୀଘ୍ର ସୁସ୍ଥ ହୋଇ ଇଣ୍ଡଷ୍ଟ୍ରିରେ ପାଦ ରଖନ୍ତୁ ଏଥି ପାଇଁ ଓଲିଉଡ଼ର ସମସ୍ତେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ଜଣାଇଛନ୍ତି ।
ପୂର୍ବରୁ ସେ ‘ଅଜାତ ଶତ୍ରୁ’, ‘ଆଇ ଲଭ୍ ୟୁ ପ୍ରିୟା’, ‘ରାଉଡି ରାଜା’ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ସୋହମ ସିଂ ପ୍ରକୃତରେ ନିଜର ଫିଟନେସକୁ ଗୁରୁତ୍ୱ ଦିଅନ୍ତି। ହଠାତ୍ ତାଙ୍କର ଏହି ହୃଦଘାତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।
Powered by Froala Editor