ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା

ବିଜେପି ବିଧାୟକ ଦଳର ବୈଠକ ପରେ ରେଖା ଗୁପ୍ତାଙ୍କ ନାମରେ ମୋହର ଲାଗିଛି। ସେ ଦିଲ୍ଲୀର ନବମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଦିଲ୍ଲୀର ଶାଲିମାର ବାଗ ଆସନରୁ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ରେଖା ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଗୁରୁବାର ସେ ରାମଲୀଳା ମଇଦାନରେ ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ।
ରେଖା ଗୁପ୍ତା ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ପାଠପଢ଼ିଛନ୍ତି ଏବଂ କଲେଜ ସମୟରୁ ଅଖିଳ ଭାରତୀୟ ଛାତ୍ର ପରିଷଦ (ABVP) ସହିତ ଜଡିତ ଅଛନ୍ତି। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (DUSU)ର ସଭାପତି ଏବଂ ସମ୍ପାଦକ ପଦ ପାଇଁ ନିର୍ବାଚନରେ ମଧ୍ୟ ବିଜୟୀ ହୋଇଥିଲେ। ଏହା ବ୍ୟତୀତ ସେ ତିନିଥର ଦିଲ୍ଲୀ ମ୍ୟୁନିସିପାଲ୍ କର୍ପୋରେସନରେ କାଉନସିଲର ରହିସାରିଛନ୍ତି। ସେ ଶାଲିମାର ବାଗ ଆସନରୁ ଆପ ପ୍ରାର୍ଥୀ ବନ୍ଦନା କୁମାରୀଙ୍କୁ 30 ହଜାର ଭୋଟରେ ପରାସ୍ତ କରିଛନ୍ତି।
ଅନ୍ୟ ପକ୍ଷରେ ଜାୟାଣ୍ଟ କିଲର ତତା ଅରବିନ୍ଦ କେଜ୍ରିୱାଲଙ୍କୁ ହରାଇବା ପ୍ରବେଶ ବର୍ମାଙ୍କୁ ତାଙ୍କର ଡେପୁଟି ଚୟନ କରାଯାଇଛି। ବୁଧବାର ଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ହୋଇଥିବା ବୈଠକରେ ଏହି ଦୁଇ ନାମରେ ମୋହର ବାଜିଥିଲା। ଗୁରୁବାର ଉଭୟ ନେତା ଶପଥ ନେବେ ବୋଲି ଜଣାପଡିଛି।
Powered by Froala Editor