ପରୀକ୍ଷାର୍ଥୀଙ୍କୁ ଏହି ମନ୍ତ୍ର ଦେଲେ ଦୀପିକା ପାଦୁକୋନ

ନୂଆଦିଲ୍ଲୀ: ପରୀକ୍ଷାର୍ଥୀଙ୍କୁ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମନ୍ତ୍ର । ପରୀକ୍ଷାରେ କେମିତି ହେବେ ସଫଳ, ପରୀକ୍ଷା ସମୟରେ କେମିତି ରହିବେ ଚାପମୁକ୍ତ ଏନେଇ ଟିପ୍ସ ଦେଇଛନ୍ତି ବଲିଉଡ ନାୟିକା । ଏଥିସହ ଦୀପିକା କହିଛନ୍ତି ସୁସ୍ଥ ମେଣ୍ଟାଲ ହେଲଥ ରଖିବା ବେଶ ଜରୁରୀ । ଏହାକୁ ବଜାୟ ରଖିବା ଉଭୟ ପରୀକ୍ଷାର୍ଥୀ ଓ ଅଭିଭାବକମାନଙ୍କ ଦାୟିତ୍ବ ।ପର୍ୟ୍ୟାନ୍ତ ନିଦ୍ରା, ପ୍ରତିଦିନ ବ୍ୟାୟମ,ଧ୍ୟାନକୁ ଦୈନନ୍ଦିନ ଜୀବନରେ ସାମିଲ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ଅଭିନେତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ ଅଭିଭାବକ ନିଜ ପିଲାଙ୍କ ଦକ୍ଷତାକୁ ଚିହ୍ନନ୍ତୁ । ରୁଚି ଅନୁସାରେ ଆଗକୁ ବଢ଼ିବାକୁ ପ୍ରୋତ୍ସାହନ ଦିଅନ୍ତୁ । ଫେବ୍ରୁଆରୀ ୧୦ରେ ପରିକ୍ଷା ପେ ଚର୍ଚ୍ଚାର ପ୍ରଥମ ଏପିସୋଡ ପ୍ରସାରଣ ହୋଇଥିଲା । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀ ପରୀକ୍ଷାର୍ଥୀଙ୍କୁ ସଫଳତାର ମନ୍ତ୍ର ଦେଇଥିଲେ।
Powered by Froala Editor