ନାଚୁ ନାଚୁ ଷ୍ଟେଜ୍ରେ ଯୁବତୀଙ୍କୁ ହୃଦ୍ଘାତ

ଆଜିକାଲି ହୃଦଘାତଜନୀତ ମୃତ୍ୟୁ ଯେପରି ସାଧାରଣ ହୋଇଗଲାଣି। କିଛି ଏପରି ଘଟଣା ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରୁ ଆସିଛି । ଏକ ବିବାହ ସମାରୋହରେ ନାଚୁଥିବା ବେଳେ ଜଣେ ଯୁବତୀଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ଯୁବତୀ ଜଣକ ଇନ୍ଦୋରର ପରିଣୀତା ଜୈନ।
ପରିଣୀତା ଭଉଣୀଙ୍କ ବାହାଘରରେ ବେଶ୍ ଖୁସି ଥିଲେ। ସେଥିପାଇଁ ତ ବାହାଘରର ମାସେ ଆଗରୁ ନାଚ ପ୍ରସ୍ତୁତି କରିଥିଲେ। ଆଉ ଷ୍ଟେଜ୍ ଉପରେ ନିଜ ଡ୍ୟାନ୍ସର ଯାଦୁ ଦେଖାଉଥିଲେ । ତଳେ ଥିବା ଦର୍ଶକ ବି ତାଙ୍କ ନାଚକୁ ବେଶ ଉପଭୋଗ କରୁଥିଲେ। ହେଲେ ହଠାତ୍ ନାଚୁ ନାଚୁ ଟଳି ପଡିଥିଲେ ଯୁବତୀ ଜଣଙ୍କ। ପରେ ଜଣା ପଡିଲା କି ହାର୍ଟ ଆଟାକରୁ ତାଙ୍କ ଜୀବନ ଚାଲିଯାଇଛି। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଗତ ୮ ତାରିଖରେ ହଳଦୀ ସେରେମନିରେ ନାଚୁଥିଲେ। ଆଉ ଦେଖୁ ଦେଖୁ ଷ୍ଟେଜ ଉପରେ ଟଳିପଡ଼ିଲେ ପରିଣୀତା। ପୂରା ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଯୁବତୀଙ୍କର କୌଣସି ସ୍ବାସ୍ଥ୍ୟଜନିତ ସମସ୍ୟା ନଥିବା ପରିବାର ଲୋକେ କହିଛନ୍ତି। ତେଣୁ ବର୍ତ୍ତମାନର ଦୈନନ୍ଦିନ ଜୀବନରେ ନିଜ ସ୍ବାସ୍ଥ୍ୟର ସଠିକ ଭାବେ ଯତ୍ନ ନେବା ନିହାତି ଦରକାର। କାରଣ ଭଲ ମଣିଷ ବି ଦୃହଘାତର ଶିକାର ହେଉଛନ୍ତି। ପୂର୍ବରୁ ପରିଣୀତାଙ୍କ ସାନ ଭାଇ ୧୨ ବର୍ଷ ବୟସରେ ହୃଦ୍ଘାତରେ ଶିକାର ହୋଇ ମୃତ୍ୟୁ ବରଣ କରିଥିଲେ।
Powered by Froala Editor