୨୦୨୩-OCS ପ୍ରିଲିମରେ ୪୭୯୯ କୃତକାର୍ଯ୍ୟ

ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ (ଓସିଏସ୍)- ୨୦୨୩ ପ୍ରିଲିମ୍ ପରୀକ୍ଷାଫଳ ପ୍ରକାଶ ପାଇଛି ।
ଓସିଏସ୍-୨୦୨୩ ପ୍ରିଲିମ୍ ପରୀକ୍ଷାରେ ମୋଟ୍ ୪୭୯୯ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ ମୋଟ୍ ୧୫୭୩ ଜଣ ମହିଳା ଅଛନ୍ତି। ସମସ୍ତ ୪୭୯୯ ଜଣ ପ୍ରାର୍ଥୀ ଓସିଏସ୍-୨୦୨୩ର ମୁଖ୍ୟ ପରୀକ୍ଷା ପାଇଁ ଚୟନିତ ହୋଇଛନ୍ତି। ତେବେ କେଉଁମାନେ ପ୍ରିଲିମ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଓପିଏସ୍ସିର ୱେବ୍ସାଇଟ୍ http://opsc.gov.in କୁ ଯାଇ ନିଜର ରୋଲନମ୍ବର ଦେଲେ ଫଳାଫଳ ଜାଣିପାରିବେ।
କୃତି ପରୀକ୍ଷାର୍ଥୀଙ୍କ ରୋଲ୍ ନମ୍ବର OPSC ୱେବସାଇଟ୍ରେ ଉପଲବ୍ଧ ରହିଛି । ସୂଚନା ଅନୁସାରେ ୨୦୨୪ ଡିସେମ୍ବର ୧୫ରେ OCS ପ୍ରିଲିମ୍ ପରୀକ୍ଷା ହୋଇଥିଲା ।
Powered by Froala Editor