ମହାକୁମ୍ଭ ମେଳାରେ ଚିକେନ୍, ରାଗିଗଲେ ବାବା

ଉତ୍ତର ପ୍ରଦେଶ ପ୍ରୟାଗରାଜ ମହାକୁମ୍ଭମେଳାରେ ସ୍ନାନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ କାହିଁରେ କେତେ । ମନରେ ଶ୍ରଦ୍ଧା ନେଇ ଲୋକେ ବୁଡ ପକାଇବାକୁ ଯାଉଛନ୍ତି । କିନ୍ତୁ ଏମିତି କିଛି ଭିଡିଓ ସେଠାରୁ ଭାଇରାଲ ହେଉଛି ଯାହାକି ଦେଖିଲେ ଚକିତ ହେଉଛନ୍ତି ୟୁଜର୍ସ । ହଜାର ହଜାର ସାଧୁ, ନାଗାବାବା, ମାତାଜୀ କୁମ୍ଭମେଳାରେ ରହି ସାଧନା, ତପସ୍ୟା କରୁଥିବାବେଳେ ଜଣେବ୍ୟକ୍ତି ଆମିଷ ରାନ୍ଧି ଖାଉଥିବାର ଦେଖିବାକୁ ମିିଳିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ଭିଡିଓ ଅନୁସାରେ, ଜରିପାଲ ଘରେ ପଶି ଜଣେ ବାବା ଆଉ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରୁଥିବାର ଦେଖିବାକୁ ମିଳିଛି । ଏହାଛଡ଼ା ସେଠାରେ ପଡ଼ିଥିବାବେଳେ ଚିକେନ୍ ତରକାରୀ ତଳେ ବିଞ୍ଚି ହୋଇ ପଡ଼ିଛି । କେତେଜଣ ସେଠାରେ ଛିଡ଼ା ହୋଇ, ଚିକେନ୍ ରୋଷେଇ କରିଥିବା ବ୍ୟକ୍ତିଙ୍କୁ ଏପରି ନ କରିବା ପାଇଁ କହିଥିଲେ । ହେଲେ ବାବାଜୀ ଜଣକ ରାଗିଯାଇ ଉକ୍ତ ବ୍ୟକ୍ତିଙ୍କୁ ଗୋଇଠା, ବିଧା ମାରିବା ସହ ତାଙ୍କ ଜରି ପାଲ ଘର ଓପାଡ଼ି ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି ।
କିଛି ୟୁଜର୍ସ ଦୁଇ ପ୍ରକାର ମନ୍ତବ୍ୟ ଦେଉଛନ୍ତି । କିଛି ବାବାଙ୍କୁ ନିନ୍ଦା କରୁଛନ୍ତି ତ କିଛି ଚିକେନ ରାନ୍ଧିଥିବା ଲୋକକୁ ନିନ୍ଦା କରୁଛନ୍ତି । ପ୍ରୟାଗରାଜ ଭଳି ପବିତ୍ର ମାଟିରେ ଚିକେନ ରାନ୍ଧିବା ଉଚିତ ନୁହେଁ ବୋଲି କହିଛନ୍ତି ।
Powered by Froala Editor