ରେଡ୍ ଡ୍ରେସ୍ରେ ‘ମୋନାଲିସା’ଙ୍କ ହଟ୍ ଲୁକ୍ ଦେଖି ହୋସ୍ ଉଡ଼ିଲା

ମହାକୁମ୍ଭରେ ଭାଇରାଲ ହେବା ପରେ ଦେଶୀ ଗାର୍ଲ ମୋନାଲିସାଙ୍କ ରେଡ୍ ଲୁକ୍ ଜଲୱା ଦେଖାଉଛି । ୟୁଜର୍ସ ନିଜ ଆଖିକୁ ବିଶ୍ୱାସ କରିପାରୁନାହାନ୍ତି ଯେ, ଏ ହେଉଛନ୍ତି ମୋନାଲିସା । ଯିଏ ମହାକୁମ୍ଭରେ ମାଳ ବିକ୍ରି କରିବାକୁ ଆସିଥିଲେ । ହଁ ଭାଇରାଲ ହେବା ପରେ ସେ ରାତାରାତି ଷ୍ଟାର ପାଲଟି ଯାଇଛନ୍ତି ସତ । କିନ୍ତୁ ଏତେ ମାତ୍ରାରେ ପରିବର୍ତ୍ତନ ଦେଖି ବିଶ୍ୱାସ ହେଉନି । ତେବେ ଚାଲନ୍ତୁ ଜାଣିବା ଫଟୋ ପଛର ସତ ।
ମହାକୁମ୍ଭ ୨୦୨୫ରେ ବିଭିନ୍ନ ବାବାମାନଙ୍କ ବ୍ୟତୀତ ଅଧିକ ଚର୍ଚ୍ଚାରେ ରହିଛନ୍ତି ଇନ୍ଦୋରର ମହେଶ୍ୱର ଗାଁରେ ରହୁଥିବା ମୋନାଲିସା। ମାଳା ବିକ୍ରି କରିବା ପାଇଁ ମୋନାଲିସା କୁମ୍ଭମେଳାକୁ ଯାଇଥିଲେ। ଏହାର ଏକ ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ସେ ଏକ ନୂଆ ସେନ୍ସେସନ ହୋଇଥିଲେ।
ବର୍ତ୍ତମାନ ଆଉ ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ମୋନାଲିସାଙ୍କ ଲୁକ୍ ବଦଳିଯାଇଛି। ଏହା ଦେଖିବା ପରେ ନେଟିଜେନ୍ମାନେ କହୁଛନ୍ତି, “ବଲିଉଡ ହିରୋଇନ୍ମାନେ ବି ପଛରେ ପଡିଯିବେ”। ଏହାରି ଭିତରେ ଅନେକ ମଧ୍ୟ ଅନୁମାନ କରୁଛନ୍ତି ଯେ ଏହା ବାସ୍ତବ ନୁହେଁ। ହଁ ଏହା ମୋନାଲିସାଙ୍କ ପ୍ରକୃତ ଭିଡିଓ ନୁହେଁ। ଭିଡିଓ ପୋଷ୍ଟ କରିବା ସହିତ ଏମିତି ଏକ ଡିସ୍କ୍ଲେମର୍ ଦିଆଯାଇଛି।
Powered by Froala Editor