ଖାଲିପେଟରେ ଏସବୁ ଖାଉଥିଲେ ରୁହନ୍ତୁ ସତର୍କ
ଖାଦ୍ୟ ବିଶେଷଜ୍ଞଙ୍କ ମତରେ ସୁସ୍ଥ ତଇା ନିରୋଗ ରହିବା ନିମନ୍ତେ ନିୟମିତ ରୋଗ ପ୍ରତିରୋଧକ ବୃଦ୍ଧି କରାଉଥିବା ଖାଦ୍ୟ ପାନୀୟ ଖାଇବା ଉଚିତ । ଖାଲି ପେଟରେ କେଉଁ ଖାଦ୍ୟ ଖାଇବା ଉଚିତ ଓ ଅନୁଚିତ, ଏ ବାବଦରେ ମଧ୍ୟ ସତର୍କ ରୁହନ୍ତୁ ।
ନିଜର ତଥା ପରିବାର ସଦସ୍ୟଙ୍କ ଡାଏଟ ଚାର୍ଟ ( ଖାଦ୍ୟ ତାଲିକା) ପ୍ରସ୍ତୁତ କରନ୍ତୁ । ନିଜ ଦୈନନ୍ଦିନ ଜୀବନ ଶୈଳୀରେ ଏହି କାମକୁ ସାମିଲ କରାଇଲେ ସମୟ କ୍ରମେ ଏହାର ଉପକାରିତା ଜାଣିପାରିବେ ।
ଦହିରେ ଥିବା ପୋଷକତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ ଖୁବ ହିତକାରୀ । ଦ୍ୱିପହର ଭୋଜନରେ ଦହିରେ ବ୍ୟଞ୍ଜନ କିମ୍ବା ସତେଜ ଦହି ଖାଇବା ପେଟ ପାଇଁ ଭଲ । ଆପଣ ଖାଲିପେଟରେ ସକାଳୁ ଉଠି ଦହି ଖାଆନ୍ତୁ ନାହିଁ । ଦହିରେ ଫଳ କିମ୍ବା ପରଟାରେ ଦହି ମିଶାଇ ଖାଇପାରିବେ । ଖାଲିପେଟରେ ଦହି ଖାଇଲେ ଶରୀରରେ ହାଇକ୍ରୋକ୍ଲୋରିକ ଏସିଡର ମାତ୍ରା ବଢ଼ିଥାଏ ।
ନାସପାତି ଫଳ, ସେହିପରି ଏକ ଖାଦ୍ୟ । ଏଥିରେ ଥିବା କ୍ରୁଡ ଫାଇବର କାରଣରୁ ଖାଲିପେଟରେ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ।
ସକାଳୁ ଉଠିବା ପରେ ଟମାଟୋ ରସ ପିଅନ୍ତୁ ନାହିଁ । ଦ୍ୱିପହର, ରାତି୍ର ବ୍ୟଞ୍ଜନରେ ଟମାଟୋକୁ ଉପଯୋଗ କରିପାରିବେ । ହେଲେ ସକାଳେ କିଛି ଖାଇବା ପରେ ହିଁ ଟମାଟୋ ରସ ପିଇପାରନ୍ତି ।
ଖଟା ଫଳକୁ ସକାଳ ବେଳା ଖାଲିପେଟରେ ଖାଇବା ଅନୁଚିତ । ଏସବୁ ଫଳରେ ଥିବା ଫ୍ରୁକ୍ଟୋଜ ଓ ଫାଇବର ପେଟ ସମସ୍ୟା କରିଥାଏ ।
Powered by Froala Editor