ବାଘପତରେ ଭୁଶୁଡ଼ି ପଡ଼ିଲା ମଞ୍ଚ, ୭ ମୃତ

ବାଘପତରେ ବଡ ଦୁର୍ଘଟଣା ଘଟିଯାଇଛି । ବାଉଁଶରେ ତିଆରି କରାଯାଇଥିବା ମଞ୍ଚ ଭୁଶୁଡ଼ି ପଡିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଜୈନ ନିର୍ବାଣ ଉତ୍ସବ ସମୟରେ ଅନୁଷ୍ଠିତ ଲଡୁ ଉତ୍ସବରେ ଏହି ଅଘଟଣ ଘଟିଥିଲା।
ଅନ୍ୟପକ୍ଷେ ଘଟଣାସ୍ଥଳରେ ଆମ୍ବୁଲାନ୍ସ ଉପଲବ୍ଧ ନ ଥିବାରୁ ଆହତମାନଙ୍କୁ ଇ-ରିକ୍ସାରେ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ଖବର ପାଇ ପୋଲିସ ଫୋର୍ସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଆହତଙ୍କ ମଧ୍ୟରେ ୧୫ଜଣ ପୋଲିସ କର୍ମଚାରୀ ଥିବା ଜଣାପଡିଛି।
ବିଗତ ୩୦ ବର୍ଷ ଧରି ଲଡୁ ଉତ୍ସବ ପାଳିତ ହୋଇଥାଏ। ଆଦିନାଥଙ୍କ ପାଇଁ ଅନୁଷ୍ଠିତ ଏହି ଉତ୍ସବରେ ଜୈନ ଧର୍ମର ସାଧୁସନ୍ଥମାନେ ମଧ୍ୟ ଯୋଗ ଦେଇଥିଲେ। ମଙ୍ଗଳବାର ସକାଳୁ ଶତାଧିକ ଭକ୍ତ ଲଡୁ ଉତ୍ସବରେ ସାମିଲ ହେବାକୁ ଆସିଥିଲେ। ଏହି କାର୍ଯ୍ୟକ୍ରମ ପାଇଁ ଏକ ଅସ୍ଥାୟୀ ବାଉଁଶର ମଞ୍ଚ ପ୍ରସ୍ତୁତ କରାଯାଇଥିଲା। ତେବେ ଭକ୍ତଙ୍କ ସଂଖ୍ୟା ଅଧିକ ହେବାରୁ ଷ୍ଟେଜଟି ଭୁଶୁଡ଼ି ପଡିଥିଲା। ଏପରିକି ଘଟଣାସ୍ଥଳରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା।
Powered by Froala Editor