ନୀଳଚକ୍ର ଉପରେ ପୁଣି ଉଡିଲା ଡ୍ରୋନ୍
ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରିଭାଗ ଓ ପରିକ୍ରମା ମାର୍ଗ ଉପରେ ଏକ ଡ୍ରୋନ୍ ପ୍ରାୟ ୨୫ ମିନିଟ୍ ଧରି ଉଡିଥିଲା । ଡ୍ରୋନଟି କେଉଁଠୁ ଉଡାଯାଇଛି ଏବଂ କିଏ ଉଡାଇଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି । ତେବେ ଏନେଇ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଡ୍ରୋନ୍ ଉଡାଉଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଏସ୍ପି କହିଛନ୍ତି।
ଆଜି ଶ୍ରୀମନ୍ଦିର ଉପରି ଭାଗରେ ଉଡିଥିଲା ଡ୍ରୋନ୍। ପୋଲିସ୍ ଡ୍ରୋନ୍ଟିକୁ ଖସାଇବାକୁ ଚେଷ୍ଟା କରିଥିଲା। ହେଲେ ଡ୍ରୋନ୍ଟି ମେଘନାଦ ପାଚେରୀ, ଶ୍ରୀ ସେତୁ ଦେଇ ଦୃତ ଗତିରେ ପଳାଇ ଯାଇଥିଲା। ପୋଲିସ୍ ଡ୍ରୋନ୍ଟିକୁ ଧରିବାରେ ବିଫଳ ହୋଇଥିଲା। ସିସିଟିଭିରେ କଏଦ ହୋଇଥିବା ଭିଡିଓ ଫୁଟେଜ୍କୁ ନେଇ ପୋଲିସ୍ ତଦନ୍ତ ଚଳାଇଛି।
ଗତ ୫ ଜାନୁୟାରୀରେ ଡ୍ରୋନ୍ ଉଡିବା ପରେ ଏହାକୁ ଗୁରୁତର ସହ ନେଇଥିଲା ପ୍ରଶାସନ । ତଥାପି ବାରମ୍ବାର ଏମିତି ଘଟଣା ଘଟିବା ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ।
Powered by Froala Editor