କୁମ୍ଭମେଳାରୁ ଆସୁଥିଲେ, କାର୍ ଦୁର୍ଘଟଣାରେ ପୂରା ପରିବାର ମୃତ

ଦୁଇ ଝିଅ ପୁଅଙ୍କୁ ଧରି ବୁଲିବାକୁ ଯାଇଥିଲେ କୁମ୍ଭମେଳା । ବିଶାଳ ଆୟୋଜନରେ ପରିବାର ସହ କିଛି ସମୟ ବିତାଇ ଫେରୁଥିବାବେଳେ ବାଟରେ ଜଗିଥିଲା ଯମ । ହଁ ଭୟଙ୍କର ଦୁର୍ଘଟଣାରେ ଗୋଟିଏ ହସଖୁସିର ପରିବାର ଭାଙ୍ଗିଯାଇଛି । ବାପା, ମା’ଙ୍କ ସମେତ ୧୨ ବର୍ଷର ଝିଅ ଓ ୪ ବର୍ଷର ପୁଅ ଆଖି ବୁଜି ଦେଇଛନ୍ତି । ଏ ଖବର ପାଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି ।
ସୂଚନାଯୋଗ୍ୟ, ସୋମବାର ସକାଳେ ଦିଲ୍ଲୀ ଉତ୍ତମ ନଗରର ବାସିନ୍ଦା ଓମ ପ୍ରକାଶ ଆର୍ଯ୍ୟ (୪୧), ତାଙ୍କ ପତ୍ନୀ ପୂର୍ଣ୍ଣିମା ସିଂହ (୩୪), ଝିଅ ଅହାନା (୧୨) ଏବଂ ପୁଅ ବିନାୟକ (୪) ପ୍ରୟାଗରାଜର ମହାକୁମ୍ଭ ମେଳା ଦେଖି ଫେରୁଥିଲେ। ଏହି ସମୟରେ ସେମାନେ ବସିଥିବା କାରଟି ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେର ୩୧କିମି ମାଇଲ ଷ୍ଟୋନ ନିକଟରେ ଏକ ଭୟାବହ ଦୁର୍ଘଟଣାର ଶିକାର ହୋଇଥିଲା। ଦୁର୍ଘଟଣାରେ ଗୋଟିଏ ପରିବାରର ୪ଜଣ ସଦସ୍ୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।
ଲୋକଙ୍କ କହିବାନୁସାରେ, କାରଟି ପ୍ରଥମେ ଭାରସାମ୍ୟ ହରାଇ ଡିଭାଇଡରରେ ଧକ୍କା ଖାଇଥିଲା। ଏହାପରେ କାରଟି ଏକ୍ସପ୍ରେସୱେର ଅନ୍ୟ ଲେନରେ ପହଞ୍ଚିଯାଇଥିଲା। ଏହି ସମୟରେ କାରଟି ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ସହିତ ଧକ୍କା ହୋଇ ଯାଇଥିଲା।
Powered by Froala Editor