କାରଖାନା ବିସ୍ଫୋରଣରେ ଥରିଗଲା ଅଞ୍ଚଳ, ୫ମୃତ

ମହାରାଷ୍ଟ୍ର: ମହାରାଷ୍ଟ୍ରର ଭଣ୍ଡାରାର ଏକ କାରଖାନାରେ ବଡ ବିସ୍ଫୋରଣ ଘଟିଛି । ଭଣ୍ଡାରା ଆର୍ଡିନାସ୍ ଫ୍ୟାକ୍ଟ୍ରିରେ ହୋଇଥିବା ବିସ୍ଫୋରଣରେ ଥରିଗଲା ଆଖପାଖ ଅଞ୍ଚଳ । ଏହି ବିସ୍ଫୋରଣରେ ୫ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାରକାର୍ୟ୍ୟ ଆରମ୍ଭ କରିଛି ।
ଫ୍ୟାକ୍ଟ୍ରିରେ ହୋଇଥିବା ବ୍ଲାଷ୍ଟର ଚିତ୍ର ଏବେ ସାମ୍ନାକୁ ଆସିବାରେ ଲାଗିଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା କି ପାଖାପାଖି ୧୦୦ଫୁଟ୍ ଉପରକୁ ଧୂଆଁ ବ୍ୟାପିଯାଇଥିବା ଦେଖିବାକୁ ମିଳିଛି । ଫ୍ୟାକ୍ଟ୍ରିରେ ଥିବା ଭାରୀ ଜିନିଷର ଖଣ୍ଡ ବିଖଣ୍ଡିତ ଅଂଶବି ବଦୁ ଦୂରରେ ଉଡିକି ଆସି ପଡିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିସମ ବାହିନୀ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛନ୍ତି ।
ସୂଚନା ଆଧାରରେ, ବିସ୍ଫୋରଣ ପରେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା । ଏଥିରେ ୫ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଏହି ନିଆଁ ସଂସ୍ପର୍ଷରେ ଆସି ଆହତ ହୋଇଛନ୍ତି । ଆହତ କର୍ମଚାରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ବି ଉଦ୍ଧାର କାର୍ୟ୍ୟ ଜାରି ରହିଛି ।
Powered by Froala Editor