ଏମସରେ ଭର୍ତ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ
ଭୁବନେଶ୍ୱର: ପୁଣି ଜଣେ ରାଜନେତା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ହେଉଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । କରୋନାରେ ଆକ୍ରାନ୍ତ ହୋଇ ସେ ଭୁବନେଶ୍ୱର ଏମସରେ ଭର୍ତ୍ତି ହୋଇଛନ୍ତି ।
ତେବେ ତାଙ୍କୁ ବର୍ତ୍ତମାନ ପ୍ରାଇଭେଟ କେବିନରେ ରଖାଯାଇଛି । ସ୍ୱତନ୍ତ୍ର କମିଟି ଗଠନ କରି ତାଙ୍କର ଚିକିତ୍ସା କରାଯିବ । ବର୍ତ୍ତମାନ ତାଙ୍କର ବଅସ୍ଥା ଭଲ ଅଛି ବୋଲି ଭୁବନେଶ୍ୱର ଏମସ ଅଧୀକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି ।
Powered by Froala Editor