ଗୁଣି ଗାରେଡି ସନ୍ଦେହରେ ମହିଳାଙ୍କୁ ହତ୍ୟା
ମୟୂରଭଞ୍ଜ: ବିଜ୍ଞାନଯୁଗରେ ଆଜି ବି କେଉଁଠି ନା କେଉଁଠି ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି । ଅନ୍ଧବିଶ୍ୱାସକୁ ବିଶ୍ୱାସ କରି ଲୋକେ ପରସ୍ପରର ଜୀବନ ନେବାକୁ ଟିକେ ବି ପଛାଉ ନାହାନ୍ତି । ବାରମ୍ବାର ଖବର ପ୍ରସାରଣ ପରେ ବି ଲୋକେ ଚେତୁ ନାହାନ୍ତି । ପୁଣି ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ।
କରଞ୍ଜିଆ ଥାନା ଅନ୍ତର୍ଗତ ବାଲିଭୋଳ ଗାଁ ରେ ଗୁଣି ଗାରେଡି ସନ୍ଦେହରେ ଜଣେ ମହିଳାଙ୍କୁ ବିଭତ୍ସ ହତ୍ୟା କରାଯାଇଛି । ମୃତ ମହିଳା ଜଣଙ୍କ ହେଉଛନ୍ତି ଯମୁନା ହାଁସଦା (୬୪) । ଯମୁନାଙ୍କ ମୁଣ୍ଡ ଗଣ୍ଡି ଅଲଗା କରି ହତ୍ୟା କରାଯାଇଛି । ଗାଁର ରାସ୍ତା ନିକଟରେ ପଡି ରହିଛି ମୃତଦେହ । ଅନ୍ୟପଟେ କରଞ୍ଜିଆ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି ।
Powered by Froala Editor