ସୋମବାର ଆସିବ କେନ୍ଦ୍ରୀୟ ଟିମ
ଭୁବନେଶ୍ୱର: ଓଡ଼ିଶା ସମେତ ୬ଟି ରାଜ୍ୟରେ କରୋନା ସଂକ୍ରମଣ କମୁ ନଥିବାରୁ ଏ ନେଇ କେନ୍ଦ୍ର ସରକାର ଏସବୁ ରାଜ୍ୟକୁ ସ୍ୱତନ୍ତ୍ର ଟିମ ପଠାଇଛନ୍ତି । ଓଡ଼ିଶା ଆସୁଥିବା ବିଶେଷଜ୍ଞ ଦଳର ନେତୃତ୍ୱ ନେଉଥିବା ଏଆଇଆଇଏଚ ଏଣ୍ଡ ପିଏଚର ବିଶେଷଜ୍ଞ ଡା.ଏ.ଡାନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କ ବଦଳରେ ଅନ୍ୟ ଜଣେ ବିଶେଷଜ୍ଞ ଆସିବେ ବୋଲି ଜଣାପଡ଼ିଛି । ତେଣୁ ଆସନ୍ତା ସୋମବାର ବେଳକୁ ଟିମ ଓଡ଼ିଶାରେ ପହଞ୍ଚିବ ବୋଲି ଆଶା କରାଯାଉଛି । ଏହି ଦୁଇ ଜଣିଆ ଟିମ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହିତ କରୋନା ସଂକ୍ରମଣ ଉପରେ ଆଲୋଚନା କରିବେ । ପରବର୍ତ୍ତୀ ସମୟରେ କିଛି ଜିଲ୍ଲା ଗସ୍ତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଟିମ କରୋନା ଟେଷ୍ଟିଂ, ନିରୀକ୍ଷଣ, ନିୟନ୍ତ୍ରଣ ଓ ପରିଚାଳନା ଆଦିର ସାମଗ୍ରିକ କାର୍ଯ୍ୟକାରିତାର ଟିମ ତଦାରଖ କରିବେ ।
Powered by Froala Editor