ଓଏଏସ୍ ସ୍ତରରେ ଅଦଳବଦଳ, ବଦଳିଲେ ୩୨ ଅଧିକାରୀ

ଭୁବନେଶ୍ୱର: ରାଜ୍ୟ ସରକାର ପ୍ରାଶାସନିକ ସ୍ତରରେ ଅଦଳବଦଳ କରିଛନ୍ତି । ୩୨ ଜଣ ଅଧିକାରୀ ବଦଳିଛନ୍ତି । ଏଥିରେ୧୩ଜଣ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ(ଓଏଏସ୍) ଥିବାବେଳେ ୧୭ଜଣ ଓଡ଼ିଶା ରାଜସ୍ୱ ସେବା(ଓଆରଏସ୍) ଅଧିକାରୀ ଓ ଦୁଇ ଜଣ ଓଡ଼ିଶା ମ୍ୟୁନିସିପାଲ ସେବା ପାହ୍ୟାର ଅଧିକାରୀ ଅଛନ୍ତି । କେନ୍ଦୁଝରର ଏଡିଏମ୍ ଥିବା ଅଲୋକ କୁମାର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଭାବେ ନୂଆ ନିଯୁକ୍ତି ମିଳିଛି । ବାରିପଦାରେ କାର୍ୟ୍ୟନିର୍ବାହୀ ଅଧିକାରୀ ଥିବା ମଧୁସ୍ମିତା ସାମନ୍ତରାୟଙ୍କୁ ବିଏମ୍ସିରେ ଡେପୁଟି କମିଶନର ଭାବେ ନୂଆ ନିଯୁକ୍ତି ମିଳିଛି । ଚୌଦ୍ୱାର ପୌରାଞ୍ଚଳ କାର୍ୟ୍ୟନିର୍ବାହୀ ଅଧିକାରୀ ଦେବୀପ୍ରସାଦ ରାଉତଙ୍କୁ ବାରିପଦା ପୌରାଞ୍ଚଳ କାର୍ୟ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି । ଉତ୍ତରାଞ୍ଚଳ ଆରଡିସି ଅଫିସ୍ରେ ସହକାରୀ ସଚିବ ଥିବା ପ୍ରଦତ କୁମାର ସାହୁଙ୍କୁ କାମାକ୍ଷାନଗର ଏନଏସିର କାର୍ୟ୍ୟନିର୍ବାହୀ ଅଧିକାରୀ, ଭୁବନ ଏନଏସିର କାର୍ୟ୍ୟନିର୍ବାହୀ ଅଧିକାରୀ(ଇଓ) ରାଜୀବ ଲୋଚନ ବେହେରାଙ୍କୁ ହିନ୍ଦୋଳ ଏନଏସିର କାର୍ୟ୍ୟନିର୍ବାହୀ ଅଧିକାରୀ, ଉଦଳାର ସବ୍ରେଜିଷ୍ଟ୍ରାର ହେମନ୍ତ କୁମାର ସିଂଙ୍କୁ ଜଳେଶ୍ୱର ପୌରାଞ୍ଚଳର କାର୍ୟ୍ୟନିର୍ବାହୀ ଅଧିକାରୀ, ମାଲକାନଗିରିର ଉପଜିଲ୍ଲାପାଳ ଅଫିସ୍ରେ ସହକାରୀ ଜିଲ୍ଲାପାଳ ଭାବେ ଅବସ୍ଥାପିତ ପ୍ରସନ୍ନ କୁମାର ପାଢ଼ୀଙ୍କୁ ଗୁଡ଼ାରୀ କାର୍ୟ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି । ଗୁଡ଼ାରୀ ଏନଏସିର କାର୍ୟ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାଏକ ଗୁଣପୁର ପୌରାଞ୍ଚଳକୁ ବଦଳି ହୋଇଛନ୍ତି। ଉମରକୋଟ ପୌରାଞ୍ଚଳର କାର୍ୟ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀଙ୍କୁ ବେଲଗୁଣ୍ଠା ଏନଏସିକୁ ବଦଳି କରାଯାଇଛି ।
ସୁକିନ୍ଦାର ଅତିରିକ୍ତ ତହସିଲଦାର ପ୍ରିୟରଞ୍ଜନ ଜେନା ଉଦଳା ଏନଏସିର କାର୍ୟ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି । ଆଠଗଡ଼ ଏନଏସିର କାର୍ୟ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହାଙ୍କୁ ତାଳଚେର ପୌରାଞ୍ଚଳକୁ ବଦଳି କରାଯାଇଛି । ସରୋଜ କୁମାର ଆଚାର୍ୟ୍ୟଙ୍କୁ କଟକ ମହାନଗର ନିଗମ ଡେପୁଟି କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ବିଏମ୍ସିରେ ଡେପୁଟି କମିଶନର ଥିବା ଅଶୋକ କୁମାର ଲେଙ୍କାଙ୍କୁ କଟକ ମହାନଗର ନିଗମକୁ ବଦଳି କରାଯାଇଛି । ନୂଆପଡ଼ାର ଡେପୁଟି କଲେକ୍ଟର ଆଲୋକ କୁମାର ଅନୁଗୁଳିଆ ଉମରକୋଟ ପୌରାଞ୍ଚଳ କାର୍ୟ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି ।
Powered by Froala Editor