ଭାରତକୁ କ୍ଷମା ମାଗିଲା ମେଟା

ମେଟା ଭାରତକୁ କ୍ଷମା ପ୍ରାର୍ଥନା କରିଛି। ମେଟା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ମାର୍କ ଜୁକରବର୍ଗ ଭାରତ ପ୍ରତି ଦେଇଥିବା ତ୍ରୁଟିପୂର୍ଣ୍ଣ ମନ୍ତବ୍ୟ ପାଇଁ କମ୍ପାନୀର ମେଟା ଇଣ୍ଡିଆ ନିର୍ଦେଶକ ଶିବନାଥ ଠୁକରାଲ କ୍ଷମା ପ୍ରାର୍ଥନା କରିଛନ୍ତି। ଅନିଚ୍ଛାକୃତ ତ୍ରୁଟି ପାଇଁ କ୍ଷମା ମାଗୁଛୁ ବୋଲି ଶିବନାଥ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଏକ ପୋଷ୍ଟ କରିଛନ୍ତି।
ଏହାପରେ ଠୁକରାଲଙ୍କ ପୋଷ୍ଟକୁ ରିଟୁଇଟ୍ କରି ନିଶିକାନ୍ତ ଦୁବେ ଲେଖିଛନ୍ତି ଯେ, ଏହି କ୍ଷମା ପ୍ରାର୍ଥନା ଭାରତର ସାଧାରଣ ନାଗରିକଙ୍କ ବିଜୟ। ଭାରତୀୟ ସଂସଦ ଏବଂ ସରକାରଙ୍କ ଉପରେ ୧.୪ ବିଲିୟନ ଲୋକଙ୍କ ଆଶୀର୍ବାଦ ଏବଂ ବିଶ୍ୱାସ ରହିଛି। ମେଟା ଇଣ୍ଡିଆର ଜଣେ ଅଧିକାରୀ ଶେଷରେ ତାଙ୍କ ଭୁଲ ଲାଗି କ୍ଷମା ମାଗିଛନ୍ତି।
ସୂଚନା ଅନୁସାରେ, ଜୁକରବର୍ଗ ନିକଟରେ ଜୋ ରୋଗାନଙ୍କ ପଡ୍କାଷ୍ଟରେ ଯୋଗଦେଇଥିଲେ। ଏଥିରେ ସେ କହିଥିଲେ ଯେ, କୋଭିଡ-୧୯ ମହାମାରୀ ଯୋଗୁ ଭାରତ ସମେତ ଅନେକ ଦେଶର ସରକାରଙ୍କ ଉପରେ ଜନସାଧାରଣ ଆସ୍ଥା ହରାଇଥିଲେ। ଏହା ପରେ ୨୦୨୪ରେ ନିର୍ବାଚନ ହୋଇଥିଲା। ଏଥିରେ କୌଣସି ପୂର୍ବ ସରକାର ପୁନର୍ବାର କ୍ଷମତାକୁ ଫେରି ପାରି ନ ଥିଲେ। ଜୁକରବର୍ଗଙ୍କ ଏହି ମନ୍ତବ୍ୟ ପରେ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
Powered by Froala Editor