ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତ ଯେ, ପବିତ୍ର ମକର ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଭରିଦେଉ। ମହାପ୍ରଭୁଙ୍କ ନିକଟରେ ଏତିକି କାମନା।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜଗନ୍ନାଥ ସଂସ୍କୃତିରେ ମକର ସଂକ୍ରାନ୍ତିର ମହତ୍ଵପୂର୍ଣ୍ଣ ସ୍ଥାନ ରହିଛି। ଏହା କେବଳ ଧାର୍ମିକ ଉତ୍ସବ ନୁହେଁ ଭାଇଚାରା, ସଦ୍ଭାବ ଓ ଏକତାର ପ୍ରତୀକ। ମକର ସଂକ୍ରାନ୍ତି ଓଡ଼ିଶା ତଥା ଆପଣଙ୍କ ପାଇଁ ଶୁଭପ୍ରଦ ହେଉ। ମହାପ୍ରଭୁଙ୍କ ନିକଟରେ କାମନା ଆପଣଙ୍କ ଜୀବନ ମଙ୍ଗଳମୟ ହେଉ।
Powered by Froala Editor