ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସାମିଲ, ଜନସାଧାରଣଙ୍କୁ ମୋଦିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସାମିଲ ହେବା ପରେ ରାଜ୍ୟର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୋଶାଲ୍ ମିଡିଆ ‘ଏକ୍ସ’ ରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଏହା ବାସ୍ତବରେ ଏକ ବିଡ଼ମ୍ବନା ଯେ ଓଡ଼ିଶାର ମୋର ଭଉଣୀ ଓ ଭାଇମାନେ ପୂର୍ବ ସରକାର ଦ୍ୱାରା ଆୟୁଷ୍ମାନ ଭାରତର ଲାଭରୁ ବଞ୍ଚିତ ହୋଇଥିଲେ। ଏହି ଯୋଜନା ଉଚ୍ଚ ମାନର ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବ। ଏହା ବିଶେଷ କରି ଓଡ଼ିଶାର ନାରୀ ଶକ୍ତି ଓ ବୟସ୍କମାନଙ୍କୁ ଲାଭାନ୍ୱିତ କରିବ ବୋଲି ପ୍ରଧାନମନ୍ତ୍ରୀ ଲେଖିଛନ୍ତି।ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀଙ୍କ ବାରମ୍ବାର ଅନୁରୋଧ ପରେ ମଧ୍ୟ ଆୟୁଷ୍ମାନ ଭାରତକୁ ଲାଗୁ କରାଉନଥିଲେ ତତକାଳୀନ ବିଜେଡି ସରକାର। ଯେଉଁଥିପାଇଁ ଏହାକୁ ଲାଗୁ କରିବା ନେଇ ମଧ୍ୟ ବିଜେପି ତା’ର ନିର୍ବାଚନ ଇସ୍ତାହାରରେ ରଖିଥିଲା। ସେପଟେ ଓଡ଼ିଶା ଆୟୁଷ୍ମାନ ଭାରତ ଗ୍ରହଣ କରିବା ପରେ ଏବେ କେବଳ ପଶ୍ଚିମବଙ୍ଗ ଓ ଦିଲ୍ଲୀ ଏହି ଯୋଜନା ଗ୍ରହଣ କରିନଥିବା ତାଲିକାରେ ରହିଲେ।
Powered by Froala Editor