୨୦୨୨ରୁ ପୁରୀରୁ ଉଡ଼ିବ ବିମାନ
ଭୁବନେଶ୍ୱର: ବିମାନ ଉଡ଼ାଣ ନେଇ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର । ଆସନ୍ତା ୨୦୨୨ରୁ ପୁରୀରୁ ବିମାନ ଉଡ଼ିବ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ସେ କହିଛନ୍ତି ଯେ, ସବୁ ଠିକଠାକ ଚାଲିଲେ ପୁରୀରୁ ବିମାନ ଉଡ଼ିବା ସମ୍ଭାବନା ଉଜ୍ଜ୍ୱଳ । ପୁରୀରେ ବିମାନବନ୍ଦର ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ସବୁ ଅବିଭକ୍ତ ଜିଲ୍ଲାରେ ଏୟାରଷ୍ଟ୍ରିପର ଉନ୍ନତି ପାଇଁ ଆଲୋଚନା ହୋଇଛି । ରାଉରକେଲା, ଉତକେଲା ଓ ଜୟପୁରରୁ ଉଡ଼ାଣ ପାଇଁ ସହଯୋଗ କରୁଛୁ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ।
Powered by Froala Editor