ବିଧାନସଭା ଅଧିବେଶନ, କୋଭିଡର ଦୁଇ ଡୋଜ ଟିକା ନେଇଥିବା ବ୍ୟକ୍ତିଙ୍କୁ ଅଧିବେଶନରେ ସାମିଲ
ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ମାସରେ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ବସିବ । କୋଭିଡର ଦୁଇ ଡୋଜ ଟିକା ନେଇଥିବା ବ୍ୟକ୍ତିଙ୍କୁ ହିଁ ଅଧିବେଶନରେ ସାମିଲ ହେବାକୁ ଅନୁମତି ଦିଆଯିବ । ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ, ବିଧାୟକ, ବିଧାନସଭା କର୍ମଚାରୀ ଓ ସାମ୍ବାଦିକ ସମସ୍ତଙ୍କ ପାଇଁ ଟିକା ବାଧ୍ୟତାମୂଳକ କରାଯିବ । ଦୁଇ ଡୋଜ ଟିକା ନେଇ ନଥିଲେ ବିଧାନସଭାରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ । ନିୟମ ଅନୁସାରେ ବିଧାନସଭା ବର୍ଷକୁ ୬୦ ଦିନ ବସିବା କଥା । ସେହି ଅନୁଯାୟୀ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀ ପାତ୍ର କହିଛନ୍ତି । ସୂଚନା ଯୋଗ୍ୟ ଯେ ସଂସଦର ମୌସୁମୀ ଅଧିବେଶନ ଚଳିତ ମାସ ୧୯ ତାରିଖରୁ ଆରମ୍ଭ ହେଉଛି । ଏହାକୁ ନଜରରେ ରଖି ଜୁଲାଇ କିମ୍ବା ଅଗଷ୍ଟ ମାସରେ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ କରିବାକୁ ଯୋଜନା ଚାଲିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଅଧିବେଶନକୁ ସେପ୍ଟେମ୍ବରରେ କରାଯିବାକୁ ସ୍ଥିର ହୋଇଛି ।
Powered by Froala Editor