Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, July 05, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ମେଦବହୁଳତା ଉତ୍ପନ୍ନ କରେ ନାନାପ୍ରକାର ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››କାଲିଫର୍ଣ୍ଣିଆରେ ବନାଗ୍ନି: ହଲିଉଡ ତାରକାଙ୍କ ବାସଭବନ ପୋଡି ଛାରଖାର

କାଲିଫର୍ଣ୍ଣିଆରେ ବନାଗ୍ନି: ହଲିଉଡ ତାରକାଙ୍କ ବାସଭବନ ପୋଡି ଛାରଖାର

2025-01-12 10:37:56
14252
Share:
Facebook
Twitter
E-Mail
WhatsApp
Telegram
କାଲିଫର୍ଣ୍ଣିଆରେ ବନାଗ୍ନି: ହଲିଉଡ ତାରକାଙ୍କ ବାସଭବନ ପୋଡି ଛାରଖାର

କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆରେ ଲାଗିଥିବା ବନାଗ୍ନି ଥମିବାର ନାଁ ନେଉନାହିଁ। ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି।  ଇତିମଧ୍ୟରେ ଏକାଧିକ ହଲିଉଡ ତାରକାଙ୍କ ମୂଲ୍ୟବାନ ବାସଭବନ ପୋଡି ଛାରଖାର ହୋଇଯାଇଛି। ତେବେ ଲୁମିନାର ଟେକ୍ନୋଲୋଜି କମ୍ପାନୀର ସିଇଓ ଅଷ୍ଟିନ ରସେଲଙ୍କ ବିଳାସପୂର୍ଣ୍ଣ ବାସଭବନ ‘ପ୍ୟାସିଫିକ୍‌ ପାଲିସାଡେସ’ ଭସ୍ମୀଭୂତ ହୋଇଥିବା ଜଣାପଡିଛି। ୧୮ ପ୍ରକୋ‌ଷ୍ଠ ବିଶିଷ୍ଟ ଏହି ବାସଭବନର ମୂଲ୍ୟ ଭାରତୀୟ ମୁଦ୍ରାରେ ୧୦,୭୭୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅଗ୍ନିକାଣ୍ଡରେ ଉକ୍ତ ଅଟ୍ଟାଳିକାର ଲୁହା ଓ ସିମେଣ୍ଟ ବିମ୍‌ଗୁଡିକ ଦୃଶ୍ୟମାନ ହେଉଛି। ଅଷ୍ଟିନ ଏହି ଅଟ୍ଟାଳିକାକୁ ମାସିକ ୩.୭୪ କୋଟି ଟଙ୍କାରେ ଭଡା ଦେଇଥିଲେ। ୨୦୨୩ରେ ଏହି ଘରଭଡା ପ୍ରସଙ୍ଗ ଆମେରିକା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଅପରପକ୍ଷରେ ଏହି ବନାଗ୍ନି ଯୋଗୁଁ କାଲିର୍ଣ୍ଣିଆ ସହର ଓ ଆଖାପାଖ ଅଞ୍ଚଳର ପ୍ରାୟ ୧୦ ହଜାର ବାସଗୃହ କ୍ଷତିଗ୍ରସ୍ତ ହୋଇଛି। ଏକ ଲକ୍ଷ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ସହସ୍ରାଧିକ ଦମକଳ ଏବଂ ହେଲିକପ୍ଟରରୁ ପାଣି ପକାଯାଇ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରାଯାଉଥିଲେ ସୁଦ୍ଧା ଏହା ସମ୍ପୂର୍ଣ୍ଣ ସଫଳ ହୋଇପାରୁନାହିଁ। ଏହା ବ୍ୟତୀତ କାଲିଫର୍ଣ୍ଣିଆର ଦକ୍ଷିଣରେ ବାସ କରୁଥିବା ପ୍ରାୟ ୧୭ ନିୟୁତ ଲୋକ ବନାଗ୍ନି ଧୂଆଁରେ ଅତିଷ୍ଠ ହୋଇପଡିଛନ୍ତି। ଘଣ୍ଟାକୁ ୧୦୦ କିମି ବେଗରେ ପ୍ରବାହିତ ହେଉଥିବା ସାନ୍ତା ଆନା ହରିକେନ୍‌ ପବନ ଯୋଗୁଁ ନିଆଁ ବିଜୁଳି ବେଗରେ ଆଖପାଖ ଅଞ୍ଚଳକୁ ବ୍ୟାପୁଥିବା ଲକ୍ଷ୍ୟ କରାଯାଇଛି। ୧.୫ ନିୟୁତ ଲୋକ ବିଦ୍ୟୁତ୍‌ ସରବରାହରୁ ବଞ୍ଚିତ ହୋଇଛନ୍ତି। ଶତାଧିକ ଦମକଳ ଗାଡି ଓ ହେଲିକପ୍ଟରରୁ ଜଳ ସିଞ୍ଚନ କରାଯାଉଥିଲେ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇପାରୁନାହିଁ। ତେବେ ଜଳ ସଙ୍କଟ ଯୋଗୁଁ ନିଆଁ ଲିଭାଇବା କାର୍ୟ୍ୟ ବାଧାପ୍ରାପ୍ତ ହେଉଛି। ବନାଗ୍ନିରେ ଷ୍ଟିଫେନ ସ୍ପିଲବର୍ଗ, ଆଦାମ ସାଣ୍ଡଲର, ବିଲି କ୍ରିଷ୍ଟାଲ, ମାଣ୍ଡି ମୁର, ଜାମି ଲି କର୍ଟିସ ଓ ପାରିସ ହିଲଟନଙ୍କ ଭଳି ହଲିଉଡ ତାରକାଙ୍କ ବାସଗୃହ ଭସ୍ମ ହୋଇଯାଇଛି। ଅପରପକ୍ଷରେ ଏହି ବନାଗ୍ନି ଘଟଣାକୁ ନେଇ ଆମେରିକାର ଭାବି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବର୍ତ୍ତମାନ ବାଇଡେନ୍‌ ପ୍ରଶାସନ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବନାଗ୍ନିରେ ପ୍ରାଣ ହରାଇଥିବା ଏବଂ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ସେ ପ୍ରସ୍ତାବ ଦେଇଛନ୍ତି।

Powered by Froala Editor

Tags Fire

Related articles Odisha News Lens 4.1

  • କୋଇଲା ଅତଡ଼ା ଭୁଶୁଡ଼ି ଜଣେ ମୃତ
    ଦେଶ-ଦେଶାନ୍ତର

    କୋଇଲା ଅତଡ଼ା ଭୁଶୁଡ଼ି ଜଣେ ମୃତ

    13459
    Jul 05, 2025
  • ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ହୁଅନ୍ତି କୋଟିପତି
    ବିଶେଷ

    ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ହୁଅନ୍ତି କୋଟିପତି

    15929
    Jul 03, 2025
  •  ଆମେରିକାରେ ଗିରଫ ହେଲେ ନୀରବ ମୋଦୀଙ୍କ ଭାଇ ନେହାଲ ମୋଦୀ
    ଦେଶ-ଦେଶାନ୍ତର

    ଆମେରିକାରେ ଗିରଫ ହେଲେ ନୀରବ ମୋଦୀଙ୍କ ଭାଇ ନେହାଲ ମୋଦୀ

    15277
    Jul 05, 2025
  • ନିୟମିତ ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ମିଳିଥାଏ ଏହି ଲାଭ
    ବିଶେଷ

    ନିୟମିତ ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ମିଳିଥାଏ ଏହି ଲାଭ

    14374
    Jul 03, 2025
  • ବର୍ଷା ବିତ୍ପାତ, ମୃତ୍ୟୁ ସଂଖ୍ୟା ୬୯କୁ ବୃଦ୍ଧି
    ଦେଶ-ଦେଶାନ୍ତର

    ବର୍ଷା ବିତ୍ପାତ, ମୃତ୍ୟୁ ସଂଖ୍ୟା ୬୯କୁ ବୃଦ୍ଧି

    14724
    Jul 04, 2025
  • ଘାନା ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଏହି ଉପହାର ଦେଲେ ମୋଦୀ
    ଦେଶ-ଦେଶାନ୍ତର

    ଘାନା ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଏହି ଉପହାର ଦେଲେ ମୋଦୀ

    14148
    Jul 04, 2025
  • ମେଦବହୁଳତା ଉତ୍ପନ୍ନ କରେ ନାନାପ୍ରକାର ସ୍ବାସ୍ଥ୍ୟ ସମସ୍ୟା
    ବିଶେଷ

    ମେଦବହୁଳତା ଉତ୍ପନ୍ନ କରେ ନାନାପ୍ରକାର ସ୍ବାସ୍ଥ୍ୟ ସମସ୍ୟା

    14804
    Jul 05, 2025
  • ପ୍ରବଳ ବର୍ଷା: ଆମେରିକାରେ ବନ୍ୟା, ୨୪ ମୃତ
    ଦେଶ-ଦେଶାନ୍ତର

    ପ୍ରବଳ ବର୍ଷା: ଆମେରିକାରେ ବନ୍ୟା, ୨୪ ମୃତ

    15136
    Jul 05, 2025
  • ଆଶୀର୍ବାଦ ଲୁଣ ‘ଆୟୋଡିନ ର ତିଳକ’ରଥ ଯାତ୍ରା ଅଭିଯାନ ଭ୍ରାମ୍ୟମାଣ ଆକାରରେ ପହଞ୍ଚୁଛି
    ବାଣିଜ୍ୟ

    ଆଶୀର୍ବାଦ ଲୁଣ ‘ଆୟୋଡିନ ର ତିଳକ’ରଥ ଯାତ୍ରା ଅଭିଯାନ ଭ୍ରାମ୍ୟମାଣ ଆକାରରେ ପହଞ୍ଚୁଛି

    15448
    Jul 04, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ନିୟମିତ ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ମିଳିଥାଏ ଏହି ଲାଭ

    14374
    Jul 03, 2025
  • ଦେଶ-ଦେଶାନ୍ତର

    ଘାନା ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଏହି ଉପହାର ଦେଲେ ମୋଦୀ

    14148
    Jul 04, 2025
  • ଦେଶ-ଦେଶାନ୍ତର

    ବର୍ଷା ବିତ୍ପାତ, ମୃତ୍ୟୁ ସଂଖ୍ୟା ୬୯କୁ ବୃଦ୍ଧି

    14724
    Jul 04, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16607
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16722
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17037
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15526
    Apr 03, 2021

ବିଶେଷ

  • ମେଦବହୁଳତା ଉତ୍ପନ୍ନ କରେ ନାନାପ୍ରକାର ସ୍ବାସ୍ଥ୍ୟ ସମସ୍ୟା

    14804
    Jul 05, 2025
  • ନିୟମିତ ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ମିଳିଥାଏ ଏହି ଲାଭ

    14374
    Jul 03, 2025
  • ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ହୁଅନ୍ତି କୋଟିପତି

    15929
    Jul 03, 2025
  • ନିରୋଗ ରହିବାର ଉପାୟ ଜାଣନ୍ତୁ.....

    14554
    Jul 02, 2025
  • ସବୁବେଳେ ଟେନ୍‌ସନ୍‌ରେ ରହୁଥିଲେ, ହୋଇପାରେ ଏହି ସମସ୍ୟା

    14303
    Jul 02, 2025

ବାଣିଜ୍ୟ

ଆଶୀର୍ବାଦ ଲୁଣ ‘ଆୟୋଡିନ ର ତିଳକ’ରଥ ଯାତ୍ରା ଅଭିଯାନ ଭ୍ରାମ୍ୟମାଣ ଆକାରରେ ପହଞ୍ଚୁଛି

ବ୍ରାଣ୍ଡ୍‌ ଆୟୋଡିନ ସମ୍ପର୍କରେ ସମଗ୍ର ପୁରୀ, ଭୁବନେଶ୍ୱର, କୋଣାର୍କ ଏବଂ କଟକରେ ସଚେତନତା ସୃଷ୍ଟି କରିବାକୁ ପଥପ୍ରାନ୍ତ ନାଟକର ସୁଯୋଗ ନେଉଛି 

ଭୁବନେଶ୍ୱର: ପୁରୀରେ ‘ଜୟ ଜଗନ୍ନାଥ& ...

  • ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

    16397
    Jul 01, 2025
  • ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

    14043
    Jun 28, 2025
  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

    15568
    Jun 25, 2025
  • ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

    15547
    Jun 20, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଛାଡ଼ପତ୍ର ଚର୍ଚ୍ଚାରେ ଏହି ଦୁଇ ଯୋଡି, ଜାଣନ୍ତୁ କିଏ ?

    14330
    Jul 04, 2025
  • ନିୟମିତ ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ମିଳିଥାଏ ଏହି ଲାଭ

    14374
    Jul 03, 2025
  • ମେଦବହୁଳତା ଉତ୍ପନ୍ନ କରେ ନାନାପ୍ରକାର ସ୍ବାସ୍ଥ୍ୟ ସମସ୍ୟା

    14804
    Jul 05, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In