ଏନକାଉଣ୍ଚରରେ ୩ ମାଓବାଦୀ ନିହତ
ମାଲକାନଗିରି: ଛତିଶଗଡ-ବିଜାପୁର ସୀମାରେ ସୁରକ୍ଷାବଳର ଏନକାଣ୍ଟରରେ ୩ ମାଓବାଦୀ ନିହତ ହୋଇଛନ୍ତି । ମଦେଡ ଜଙ୍ଗଲରେ ଡିଆରଜି ବାହିନୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିବା ବେଳେ ଏନକାଉଣ୍ଚର ହୋଇଥିଲା । ବର୍ତ୍ତମାନ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି।
ପୋଲିସ ସୂତ୍ର ଅନୁଯାୟୀ,ସୁରକ୍ଷା କର୍ମୀଙ୍କ ମିଳିତ ଟିମ୍ ନକ୍ସଲ ବିରୋଧୀ ଅପରେସନ ସମୟରେ ଜଙ୍ଗଲରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏହି ପୋଲିସ ଟିମରେ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଏଫ), ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଏବଂ ଜିଲ୍ଲା ଫୋର୍ସର କର୍ମଚାରୀମାନେ ସାମିଲ ହୋଇଥିଲେ। ସୁରକ୍ଷା ବାହିନୀ ଛତିଶଗଡରେ ନକ୍ସଲ ବିରୋଧୀ କାର୍ୟ୍ୟକୁ ତ୍ୱରାନ୍ୱିତ କରିଛନ୍ତି।
Powered by Froala Editor