୧୦ ମାସର ଶିଶୁ HMPV ଭାଇରସରେ ସଂକ୍ରମିତ
![୧୦ ମାସର ଶିଶୁ HMPV ଭାଇରସରେ ସଂକ୍ରମିତ](https://odishanewslens.com/news_gallery/34687_1736625808.jpg)
ଦେଶରେ HMPV ଭାଇରସର ଏକ ମାମଲା ଆସାମରେ ସାମ୍ନାକୁ ଆସିଛି। ଲଖିମପୁରରେ ଜଣେ ୧୦ ମାସର ଶିଶୁ HMPV ଭାଇରସରେ ସଂକ୍ରମିତ ହୋଇଛନ୍ତି। ଶିଶୁକୁ ବର୍ତ୍ତମାନ ଦିବ୍ରୁଗଡ଼ର ଆସାମ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରମାନେ କହିଛନ୍ତି ଯେ ପିଲାଟିର ଅବସ୍ଥା ସ୍ଥିର ଅଛି ଏବଂ ଚିନ୍ତା କରିବାର କିଛି ନାହିଁ।
ମେଡିକାଲ କଲେଜର ସୁପରିନଟେଣ୍ଡେଣ୍ଟ ଡାକ୍ତର ଧ୍ରୁବଜ୍ୟୋତି ଭୂୟାଁ କହିଛନ୍ତି, ଥଣ୍ଡା ଜନିତ ଲକ୍ଷଣ ଥାଇ ଶିଶୁଟି ୪ ଦିନ ତଳେ ହସ୍ପିଟାଲକୁ ଆସିଥିଲା। ଆମେ ତା’ର ନମୁନା ପରୀକ୍ଷା ପାଇଁ ପଠାଇଥିଲୁ। ଲାହୋୱାଲରେ ଥିବା ଆଇସିଏମଆର-ଆରଏମଆରସି ପକ୍ଷରୁ ଶିଶୁଟି ଏଚଏମପିଭିରେ ସଂକ୍ରାନ୍ତ ହୋଇଥିବା କୁହାଯାଇଛି।
ଏହି ମାମଲା ସହିତ ଦେଶରେ HMPV ମାମଲା ସଂଖ୍ୟା ୧୫ରେ ପହଞ୍ଚିଛି। ସର୍ବାଧିକ ୪ଟି ମାମଲା ଗୁଜରାଟରୁ ଆସିଛି। ଶୁକ୍ରବାର ରାଜସ୍ଥାନ ଏବଂ ଗୁଜରାଟରେ ଗୋଟିଏ ଲେଖାଏଁ ମାମଲା ମିଳିଛି।
Powered by Froala Editor