ସହଦେବଙ୍କ ୨ ଝିଅଙ୍କ ପାଠପଢ଼ା ଦାୟିତ୍ବ ନେଲେ ନବୀନ
ହତ୍ୟାର ଶିକାର ହୋଇଥିବା ବିଏମ୍ସି ସଫେଇ ମଜଦୁର ସଂଘ ସଭାପତି ସହଦେବ ନାୟକଙ୍କ ସ୍ତ୍ରୀ ସୁନୀତା ନାୟକ ଏବଂ ତାଙ୍କ ଦୁଇଝିଅ ଶନିବାର ନବୀନ ନିବାସ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଏହି ଅବସରରେ ନବୀନ ସୁନୀତାଙ୍କୁ ୫୦ହଜାର ଟଙ୍କା ଅର୍ଥରାଶି ସହାୟତା ପ୍ରଦାନ କରିଥିଲେ। ଏଥିସହ
ତାଙ୍କ ଦୁଇଝିଅଙ୍କ ସମସ୍ତ ଦାୟିତ୍ୱ ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ସମସ୍ତ କର୍ପୋରେଟରମାନେ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ସମୟରେ ନବୀନ ସହଦେବଙ୍କ ଦୁଇଝିଅଙ୍କ ମୁଣ୍ଡ ଉପରେ ହାତ ବୁଲାଇବା ସହ ତାଙ୍କ ସହିତ ସହଦେବଙ୍କ ପୂର୍ବ ଫଟୋକୁ ଦେଖି କାନ୍ଦି ପକାଇ ଥିଲେ। ଦୋଷୀଙ୍କୁ ଉଚିତ ଦଣ୍ଡ ଦିଆଯିବା ସହ ମୃତକଙ୍କ ପରିବାରକୁ ସମସ୍ତ ନ୍ୟାୟ ପ୍ରଦାନ କରାଯିବ ବୋଲି ନବୀନ ପ୍ରତିଶ୍ରୁତି ଦେଇଥିଲେ।
ଅନ୍ୟପଟେ ସହଦେବଙ୍କ ପତ୍ନୀ ସୁନିତା ନାୟକଙ୍କୁ ୫ଟି ଏଜେନ୍ସ ୫ ଲକ୍ଷ ଟଙ୍କାର ସହାୟତା ରାଶି ଦେଇଛନ୍ତି। ବିଏମସି ଅଧୀନରେ କାର୍ଯ୍ୟରତ ୫ ସଫେଇ ଏଜେନ୍ସି ଯଥା ଗ୍ରୀନ ସର୍କଲ, ଜାଗୃତି, ଅୱାରଲ୍ୟାଣ୍ଡ, ପିଏମଆର, ପିଏଚଆର ପ୍ରମୁଖ ଏହି ଅର୍ଥରାଶିର ସହାୟତା କରିଛନ୍ତି। କେବଳ ସେତିକି ନୁହେଁ ବରଂ ସୁନିତାଙ୍କୁ ଜାଗୃତିରେ ସୁପରଭାଇଜର ଭାବେ ନିଯୁକ୍ତି ମଧ୍ୟ ଦେଇଛନ୍ତି।
Powered by Froala Editor