ବଜ୍ରପାତରେ ଦୁଇ ଶ୍ରମିକ ଗୁରୁତର
ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ବାଉଁଶୁଳି ପଞ୍ଚାୟତ ନିଶ୍ଚିନ୍ତପୁର ଗ୍ରାମରେ ଶନିବାର ଅପରାହ୍ନରେ ବଜ୍ରପାତ ଯୋଗୁ ଦୁଇ ମହିଳା ଶ୍ରମିକ ଗୁରୁତର ହୋଇ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତୀ ହୋଇଛନ୍ତି। ଗୁରୁତର ଦୁଇ ଜଣ ହେଲେ ହରିଚନ୍ଦନପୁର ଥାନା ଜାମୁପଶିର ରଶ୍ମୀ ମୁଣ୍ଡା,ଓ ମଞ୍ଜରୀ ମୁଣ୍ଡା । ସୁଚନା ଅନୁସାରେ ଜାମୁପଶି ଗ୍ରାମରୁ ୪ ଜଣ ଭିଣୋଇ ଘର ତୁରୁମୁଙ୍ଗା ଥାନା ନିଶ୍ଚିନ୍ତପୁର ଗ୍ରାମର ରଣଜିତ ମୁଣ୍ଡାଙ୍କ ଘରକୁ ଆସି ବିଲ କାମ କରିବାକୁ ଆସିଥିଲେ । ସନ୍ଧ୍ୟାରେ ବିଲରୁ କାମ ସାରି ଫେରୁଥିବା ବେଳେ ବଜ୍ରପାତ ହୋଇଥିଲା ଘଟଣା ସ୍ଥଳରେ ଦୁଇ ଜଣ ଗୁରୁତର ହୋଇ ପଡିଥିଲେ ଉଭୟଙ୍କୁ ୧୦୮ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତୀ କରାଯାଇଛି।
Powered by Froala Editor