ଫେବୃୟାରୀ ୫ରେ ଦିଲ୍ଲୀ ବିଧାନସଭା ପାଇଁ ମତଦାନ
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଏହି ନିର୍ବାଚନ ପାଇଁ ଫେବୃୟାରୀ ୫ରେ ମତଦାନ କରାଯିବ ଓ ୮ ଫେବୃଆରୀରେ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ। ମୋଟ ୭୦ଟି ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ।ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛନ୍ତି।
ରାଜୀବ କୁମାର କହିଛନ୍ତି ଯେ ଇଭିଏମରେ ବେଆଇନ ଭୋଟ ଦେବାର କୌଣସି ସମ୍ଭାବନା ନାହିଁ। ଇଭିଏମ ହେଉଛି ଏକ ଫୁଲପ୍ରୁଫ ଉପକରଣ । ଭୋଟ ଦେବା ପରେ ଏହାକୁ ସିଲ କରାଯାଇଥାଏ ଏବଂ ଭାଇରସ ବି ଏଥିରେ ପ୍ରବେଶ କରିପାରେ ନାହିଁ ।
ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ନିର୍ବାଚନ ଆଚରଣ ବିଧି ମଧ୍ୟ ଲାଗୁ ହୋଇଛି। ଫେବୃଆରୀ ୫ରେ ଭୋଟିଂ ହେବାକୁ ଥିବା ବେଳେ ଏଥିପାଇଁ ୧୦ ଜାନୁଆରୀରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲର ଶେଷ ତାରିଖ ୧୭ ଜାନୁଆରୀ ରହିଛି। ସେହିପରି ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ୨୦ ଜାନୁଆରୀ ରଖାଯାଇଛି।
ସେ ଆହୁରି ସୂଚନା ଦେଇ କହିଛନ୍ତି ଯେ, ଦିଲ୍ଲୀରେ ସମୁଦାୟ ୧କୋଟି ୫୫ଲକ୍ଷ ଭୋଟର ଅଛନ୍ତି। ସେଠାରେ ୮୩ଲକ୍ଷରୁ ଅଧିକ ପୁରୁଷ ଭୋଟର ଅଛନ୍ତି। ଏଠାରେ ୧୩ ହଜାର ୩୩ ମତଦାନ କେନ୍ଦ୍ର ଅଛି।
Powered by Froala Editor