ସମ୍ବଲପୁର ଡବଲ ମର୍ଡର ମାମଲାରେ ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍
ସମ୍ବଲପୁର : ସମ୍ବଲପୁର ବିଜେପି ନେତା ହତ୍ୟା ମାମଲା ନୂଆ ମୋଡ ନେଇଛି। ସମ୍ବଲପୁରରେ ଡବଲ ମର୍ଡର ମାମଲାରେ ମଙ୍ଗଳବାର ସାମ୍ନାକୁ ଆସିଛି ସିସିଟିଭି ଫୁଟେଜ୍। କାର୍କୁ ଏକ ହାଇୱା ପଛରୁ ଧକ୍କା ଦେବା ଦୃଶ୍ୟ ସିସିଟିଭିରେ ସାମ୍ନାକୁ ଆସିଛି । ସିସିଟିଭିରେ ରେକର୍ଡ ହୋଇଥିବା ଦୃଶ୍ୟ ଅନୁଯାୟୀ, ୧ମ, ୨ୟ ଉଦ୍ୟମରୁ ବର୍ତ୍ତିଯିବା ପରେ ଜାତୀୟ ରାଜପଥ ଭିତର ରାସ୍ତାକୁ ପଶିଥିଲା କାର୍ । ପଛେ ପଛେ ହାଇୱା ମଧ୍ୟ ଜାତୀୟ ରାଜପଥରୁ ଭିତର ରାସ୍ତାକୁ ପଶି ଧକ୍କା ଦେଇଥିଲା । ହାଇୱାଟି ଉଦ୍ଦେଶ୍ୟମୂଳକ ଭାବେ ପିଛା କରୁଥିବା ସିସିଟିଭିରେ ଦେଖାଯାଉଛି । ମାତ୍ର ଗତକାଲି ଅଭିଯୁକ୍ତ ହାଇୱା ଚାଳକ ଗଣମାଧ୍ୟମକୁ ଭିନ୍ନ କଥା କହିଥିଲା । ନିୟନ୍ତ୍ରଣ କରିପାରିଲିନି, ଆଖିପତା ଲାଗି ଥିଲା ବୋଲି ଚାଳକ କହିଥିଲା। ସିସିଟିଭିର ଦୃଶ୍ୟ ଓ ଚାଳକ କଥା ସମ୍ପୂର୍ଣ୍ଣ ଭିନ୍ନ ବୋଲି ସିସିିଟିଭିର ଦୃଶ୍ୟରେ ଦେଖାଯାଉଛି।
ସୂଚନାନୁଯାୟୀ, ଗତ ୩ ତାରିଖରେ ରେଙ୍ଗାଲିର ପୂର୍ବତନ ବିଧାୟକଙ୍କ ସହ ବିଜେପି ନେତା ମାନେ ଭୁବନେଶ୍ଵର ଆସିଥିଲେ। ଚାଷୀ ସମସ୍ୟା ନେଇ ଭୁବନେଶ୍ଵରରେ ମୁଖ୍ୟମନ୍ତ୍ରୀ ଏବଂ ଯୋଗାଣ ମନ୍ତ୍ରୀଙ୍କୁ ଭେଟିଥିଲେ। ଚାଷୀଙ୍କୁ ଧାନ ବିକ୍ରି ପାଇଁ ଅନୁମତି ମିଳିବା ପରେ ସମ୍ବଲପୁର ଫେରିଯାଇଥିଲେ। ଏତିକିବେଳେ ଏକ ହାଇଓ୍ବା ତାଙ୍କୁ ତିନି ତିନି ଥର ଧକ୍କା ଦେଇଥିଲା। ଏଥିରେ ବିଜେପି ଗୋଶାଳା ମଣ୍ଡଳ ସଭାପତିଙ୍କ ସହ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ କାରରେ ଥିବା ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା।
Powered by Froala Editor