ୟୂଥ ଫର ଆକ୍ସନ ପକ୍ଷରୁ ବୃକ୍ଷରୋପଣ
ଭୁବନେଶ୍ବର : ଭୁବନେଶ୍ବର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀଙ୍କ ପରାମର୍ଶ କ୍ରମେ ୟୂଥ ଫର ଆକ୍ସନ ପକ୍ଷରୁ ବୃକ୍ଷରୋପଣ କରାଯାଇଛି । ୟୂଥ ଫର ଆକ୍ସନର ରାଜ୍ୟ ସଂଯୋଜକ ଦେବାଶିଷ ନାୟକଙ୍କ ତତ୍ବାବଧାନରେ ବେଗୁନିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଡମାଣତୀର ଗ୍ରାମ ପଞ୍ଚାୟତରେ ବୃକ୍ଷରୋପଣ କରାଯାଇଥିଲା । ମୁଖ୍ୟଅତିଥି ଭାବେ ଯୋଗଦେଇ ବେଗୁନିଆର ଲୋକପ୍ରିୟ ଯୁବନେତା ତଥା ସାଂସଦଙ୍କ ବେଗୁନିଆ ବ୍ଲକ ପ୍ରତିନିଧି ପ୍ରକାଶ ବିଜୁଳି ବୃକ୍ଷରୋପଣ କରିଥିଲେ । ଅଁଳା ଭଳି ଔଷଧୀୟ ଗଛ ଓ ଶିଶୁ, ଗମ୍ଭାରୀ ଭଳି ମୂଲବାନ ଗଛ ଚାରା ରୋପଣ କରାଯାଇଥିଲା । ଦକ୍ଷିଣ ବେଗୁନିଆ ମଣ୍ଡଳ ସଭାପତି ଯଜ୍ଞେଶ୍ବର ସୁନ୍ଦରାୟଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ଓ ୟୂଥ ଫର ଆକ୍ସନର ବେଗୁନିଆ ସଂଯୋଜକ ମନୋଜ ରଣସିଂହଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅବସରରେ ସାଂସଦଙ୍କ ବୃକ୍ଷରୋପଣ ପାଇଁ ଥିବା ସଂକଳ୍ପବୋଧକୁ ଶ୍ରୀ ବିଜୁଳି ପ୍ରଶଂସା କରିବା ସହ ବେଗୁନିଆକୁ ସବୁଜିମା କରିବା ପାଇଁ ଆହ୍ବାନ ଦେଇଥିଲେ । ଗଡମାଣତୀର ପଞ୍ଚାୟତର ବିଜେପି ସଭାପତି ଲଳିତ ହରିଚନ୍ଦନଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାମଚଣ୍ଡୀ ପ୍ରସାଦ ରଣସିଂହ, ପ୍ରମୋଦ ରାଉତରାୟ, ପ୍ରତାପ ରାଉତରାୟ, ସୁକାନ୍ତ ଅଧିକାରୀ, ଲଛମନ ଶାସମଲ, ବାପିନା ଜେନା ଓ ସୁକାନ୍ତ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।
Powered by Froala Editor